ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଏନକ୍ଲୋଜରରୁ ମୁକ୍ତ ହେଲା 'ଜୀନତ୍', ଶିମିଳିପାଳର କୋର୍ ଏରିଆକୁ ଗଲା ବାଘୁଣୀ

Published By : Prameya | November 25, 2024 8:53 AM

ବାରିପଦା ୨୫/୧୧: ଏନକ୍ଲୋଜରରୁ ମୁକ୍ତ ହେଲା ଦ୍ୱିତୀୟ ବାଘୁଣୀ ଜୀନତ୍। ମୁକ୍ତ ହେବା ପରେ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି। ବନବିଭାଗ ଏକ ଟିମ୍ ବାଘୁଣୀ ଜୀନତ୍ ଉପରେ ନଜର ରଖଛନ୍ତି।

ସୂଚନା ମୁତାବିକ, ରବିବାର ରାତି ପ୍ରାୟ ସାଢ଼େ ୯ଟାରୁ ଏନକ୍ଲୋଜରରୁ  ବାହାରି ଜଙ୍ଗଲକୁ ଯାଇଛି ଜୀନତ୍। ମୁକ୍ତ ହେବାପରେ ଜଙ୍ଗଲରେ ବିଶ୍ରାମ କରୁଛି ବୋଲି ସୂଚନା ମିଳିଛି। କଲର୍ ଆଇଡ଼ି ଦ୍ଵାରା ଯମୁନା ଓ ଜୀନତ ଉପରେ ୨୪ଘଣ୍ଟା ନଜର ରଖ ଯାଇଛି ଓ ଦୁଇ ବାଘୁଣୀ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଆର୍.ସି.ସି.ଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନି।

ଉଲ୍ଲେଖ ଯୋଗ୍ୟ ଯେ,ମହାରାଷ୍ଟ୍ରରୁ ତଡ଼ବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ନଭେମ୍ବର ୧୫ରେ ଶିଳିପାଳକୁ ଆସିଲା ବାଘୁଣୀ ଜୀନତ ପରେ ୧୬ ତାରିଖରେ ଜୀନତ୍ ତାର ପ୍ରଥମ ଶିକାର କରିଥିଲା। ସେ ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା। ପରେ ଆଉ ଏକ ବାରହାକୁ ମଧ୍ୟ ଶିକାର କରି ଖାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.