ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତ ପରେ ଆମେରିକାରେ ବ୍ୟାନ ହେଲା ଟିକଟକ୍ ଆପ

Published By : Anindita Ratha | January 19, 2025 11:40 AM

ନୂଆଦିଲ୍ଲୀ, ୧୯/୦୧:  ଚୀନ୍ ସଟ୍ ଭିଡିଓ ଆପ୍ ଟିକଟକ୍ କୁ ପୁଣି ଲାଗିଛି ଆଉ ଏକ ଶକ୍ତ ଝଟକା । ଭାରତ ପରେ ଏବେ ଆମେରିକାରେ ବନ୍ଦ ହେଲା ଟିକଟକ୍ ଆପ । ଆମେରିକାରେ ଟିକଟକ୍ ଉପରେ ଲାଗିଲା ପ୍ରତିବନ୍ଧକ । ଆମେରିକା କର୍ତୃପକ୍ଷ ଗତକାଲି ଟିକଟକ ଉପରେ କଟକଣା ଲଗାଇଛନ୍ତି । ଏହି ପ୍ରତିବନ୍ଧକ ଯୋଗୁଁ ଆପ୍ ମାତ୍ର ଦୁଇ ଦିନ ମଧ୍ୟରେ ବନ୍ଦ ହୋଇଯିବ ବୋଲି କୁହାଯାଇଛି । ଯାହା ମନୋରଞ୍ଜନ, ଇ-କମର୍ସ ଏବଂ ବିଜ୍ଞାପନ ପାଇଁ ଏହି ପ୍ଲାଟଫର୍ମ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ।

ତେବେ କୋର୍ଟ ଟିକଟକର ମୂଳ କମ୍ପାନୀକୁ  ଆମେରିକାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଇଛି ।ଏହାର ଅର୍ଥ ହେଉଛି ଆମେରିକାରେ ୧୭୦ ନିୟୁତ ଲୋକ ବ୍ୟବହାର କରୁଥିବା ଟିକଟକ୍ ଆଜିଠାରୁ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ତେବେ ଏହି ପ୍ରତିବନ୍ଧକ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ ।କାରଣ ସୋମବାର ଦିନ ନବନିର୍ବାଚିତ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ପଦଭାର ଗ୍ରହଣ କରିବେ । ସେ କହିଛନ୍ତି ଯେ, ଆପକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଏହି ସମସ୍ୟା ସହିତ ଲଢ଼ିବେ। ଏହାର ଏକ ସମାଧାନ ବାହାର କରିବା ପାଇଁ ସେ ଚେଷ୍ଚା ଜାରି ରଖିବେ ବୋଲି କହିଛନ୍ତି । ପ୍ରକାଶ ଥାଉକି, ପୂର୍ବରୁ ଏହା ଭାରତ ଓ ପାକିସ୍ତାନରେ ବ୍ୟାନ କରାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.