ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ତିଳକ ବର୍ମାଙ୍କ ଅପରାଜିତ ଶତକ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ

Published By : Tapas Panda | November 13, 2024 10:37 PM

Image Courtesy: espncricinfo

ସେଞ୍ଚୁରିୟନ: ସେଞ୍ଚୁରିୟନରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ତିଳକ ବର୍ମାଙ୍କ ଦମଦାର ଶତକ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ତିଳକ ବର୍ମାଙ୍କ ଧୂଆଁଧାର ଶତକ ବଳରେ ୬ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଛି । ତିଳକଙ୍କ ବ୍ୟତୀତ ଅଭିଷେକ ଶର୍ମା ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ମ୍ୟାଚ୍ ଜିତିବା  ପାଇଁ ଘରୋଇ ଦଳ ସାମ୍ନାରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ତିଳକ ବର୍ମା ନିଜର ଏହି ଇନିଂସରେ  ୫୬ ବଲରୁ ୮ ଚୌକା ଓ ୭ ଛକା ସହ ୧୦୭ ରନର ଅପରାଜିତ ଇନିଂସ ଖେଳିଛନ୍ତି । ସେହିଭଳି ଓପନର ଅଭିଷେକ ଶର୍ମେ ୨୫ ବଲରେ ୫୦ ରନ୍‌ କରିଛନ୍ତି । ସେ ନିଜ ପାଳିରେ ୩ ଚୌକା ଏବଂ ୫ ଛକା ମାରିଛନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରୁ ହିଁ ଝଟକା ଲାଗିଥିଲା। ଦ୍ଵିତୀୟ ମ୍ୟାଚ୍ ପରି ତୃତୀୟରେ ବି ଖାତା ଖୋଲି ପାରି ନ ଥିଲେ ସଞ୍ଜୁ ସାମସନ। ଏହା ପରେ ଅଭିଷେକ ଶର୍ମା ଓ ତିଳକ ବର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଘରୋଇ ବୋଲରଙ୍କୁ ପ୍ରହାର କରି  ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୭ ରନ ଯୋଡ଼ିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଥିଲେ।  ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିବା ଅଭିଷେକ ଆଜି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍‌ରୁ ୩ ଚୌକା ଓ ୫ ଛକା ସହ ୫୦ ରନ କରିଥିଲେ । 

ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେବଳ ୧ ରନ୍‌ କରି ଆଉଟ୍‌ ହୋଇଥିଲେ ।  ଗୋଟିଏ ପଟେ ତିଳକ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ ଓ ରିଙ୍କୁ ସିଂ ୮ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ । ରମଣଦୀପ ସିଂ ୬ ବଲରୁ ୧୫ ରନ କରିଥିଲେ । ତିଳକ ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଶତକ ପୂରଣ କରିବାରେ ସଫଳ ହୋଇଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.