ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଡବ୍ଲୁଟିସି ଫାଇନାଲ ପୂର୍ବରୁ ସନ୍ୟାସ ଘୋଷଣା କଲେ ଏହି ଖେଳାଳି

Published By : Ankita S | November 15, 2024 12:27 PM

ନୂଆଦିଲ୍ଲୀ,୧୫/୧୧: ଡବ୍ଲୁଟିସି ମଧ୍ୟରେ ଅଚାନକ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟିମ୍ ସାଉଦି । କିୱି ଦଳର ଦ୍ରୁତ ବୋଲର ଟିମ୍ ସାଉଦି ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିବେ ଟିମ୍ ସାଉଦି ।

ନିକଟରେ ନ୍ୟୁଜିଲାଣ୍ଡ ଭାରତକୁ ୩-୦ ସିରିଜରେ ପରାସ୍ତ କରିଥିଲା । ଏହା ପରେ କିୱି ଦଳ ଇଂଲଣ୍ଡ ବିପକ୍ଷରେ ନଭେମ୍ବର ୨୮ ତାରିଖରୁ ଘରୋଇ ଟେଷ୍ଟ ସିରିଜ ଖେଳିବ । ଏହାରି ମଧ୍ୟରେ ଟିମ୍ ସାଉଦି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ତାଙ୍କର ଶେଷ ମ୍ୟାଚ ହେବ ।

୩୫ବର୍ଷୀୟ ଟିମ୍ ସାଉଦି ସନ୍ୟାସ ଘୋଷଣା କରି କହିଛନ୍ତି, ଟେଷ୍ଟ କ୍ରିକେଟ ମୋ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରଖିଛି । ଏତେ ବଡ ସିରିଜ ଖେଳିବା ମୋ ପାଇଁ ଗୁରୁତ୍ବ ବହନ କରୁଛି । ମୁଁ ସର୍ବଦା ମୋ ପରିବାର, ବନ୍ଧୁ, କୋଚ୍, ଫ୍ୟାନ୍ସ ଓ ଖେଳ ସହ ଜଡିତ ସମସ୍ତଙ୍କ ନିକଟରେ କୃତଜ୍ଞ ରହିବି ।

ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଟିମ୍ ସାଉଦି ଟେଷ୍ଟ ମ୍ୟାଚରେ ୩୫୮ଟି ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ୱିକେଟ ନେଇଥିବା ଖେଳାଳି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରିଚାର୍ଡ ହେଡଲି ୪୩୧ଟି ୱିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି । ବୋଲିଂ ନୁହେଁ ବ୍ୟାଟିଂରେ ବି ଦମଦାର ପ୍ରଦର୍ଶନ କରିଛନ୍ତି । ଟେଷ୍ଟରେ ସେ ୭ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ମୋଟ ୨୧୮୫ ରନ କରିଛନ୍ତି । ସେ ମୋଟ ୧୦୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.