ନୂଆଦିଲ୍ଲୀ – ମଣିଷଙ୍କ ଦ୍ୱାରା ମଣିଷର ଅପହରଣର ଖବର ଅନେକ ସମୟରେ ଆସିଥାଏ, କିନ୍ତୁ ଆପଣ କେବେ ଏକ ରୋବୋଟ ଅନ୍ୟ ରୋବୋଟର ଅପହରଣ କରିବା ପଢିଛନ୍ତି ବା ଶୁଣିଛନ୍ତି କି ?  ଉନ୍ନତ ପ୍ରଯୁକ୍ତିବିଦ୍ୟାର ଏହି ସମୟର କିଛି ଏମିତି ହିଁ ଘଟଣା ଚୀନରୁ ସାମନାକୁ ଆସିଛି। ଯେଉଁଠି ଏକ ଏଆଇ ରୋବୋଟ ଅନ୍ୟ କମ୍ପାନୀର ଶୋରୁମ୍‌ରୁ ୧୨ଟି ରୋବୋଟକୁ କିଡନାପ୍‌ କରି ନେଇଛି । ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଏହି ନିଆରା ଘଟଣା ଯଦିଓ ପଢିବା ଓ ଶୁଣିବାକୁ ମଜାଳିଆ ଲାଗିପାରେ , କିନ୍ତୁ ଏଆଇର ଦୁରୁପଯୋଗକୁ ନେଇ ଏକ ନୂଆ ଚିନ୍ତା ଓ ଯୁକ୍ତି  ଆରମ୍ଭ ହୋଇ ଯାଇଛି । ମିଡ଼ିଆ ରିପୋର୍ଟ ଅନୁସାରେ , ସିସିଟିଭି ଫୁଟେଜ୍‌ରେ ଇରବାଇ ନାମକ ଏକ ଛୋଟ ରୋବୋଟ ସାଂଘାଇ ରୋବୋଟିକ୍ସ କମ୍ପାନୀର ଶୋରୁମରେ ନିଜ ଠାରୁ ବଡ଼ ରୋବୋଟଙ୍କ ସହ କାର୍ତ୍ତାଳାପ କରିବାର ଦେଖା ଯାଉଛି। ସେ ସେମାନଙ୍କୁ ମନାଇ କାର୍ଯ୍ୟାଳୟ ଛାଡ଼ିବାକୁ କହୁଛି । ଏହାପରେ ସେମାନେ ଶୋରୁମ୍‌ ବାହାରକୁ ଚାଲି ଯାଉଛନ୍ତି। 

ଆରମ୍ଭରେ ଏହି ଭିଡ଼ିଓକୁ ଫେକ୍‌ କୁହାଯାଉଛି , କିନ୍ତୁ ପରେ ଉଭୟ କମ୍ପାନୀ ସାଂଘାଇ କମ୍ପାନୀ ଓ ହାଙ୍ଗଜୋ ନିର୍ମାତା ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି । ଏହା କୁହାଯାଇଛି ଯେ, ଇରବାଇ କୌଣସି ପ୍ରକାରର ବଡ଼ ରୋବୋଟର ଅପରେଟିଂ ସିଷ୍ଟମ ଯାଏ ପହଞ୍ଚିବାରେ ସଫଳ ହୋଇଛି , ଯେଉଁଥିରେ ସେମାନଙ୍କର କାର୍ଯ୍ୟକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ ମିଳିଛି।  


ରିପୋର୍ଟ ଅନୁସାରେ , ହାଙ୍ଗଜୋ ରୋବୋଟ ନିର୍ମାତାର ପ୍ରବକ୍ତା ଏହି କଥାର ସ୍ପଷ୍ଟ କରିଛନ୍ତି ଯେ, ଭିଡ଼ିଓରେ ଦେଖିବାକୁ ମିଳୁଛି ଛୋଟ ରୋବୋଟ ତାଙ୍କ ମଡେଲ (ଇରବାଇ) ମଧ୍ୟରେ ଗୋଟିଏ ଥିଲା। କୁହାଯାଉ ଥିବା ଏହି ଅପହରଣ ବାସ୍ତବିକ ଥିଲା। ଯେବେକି ସାଂଘାଇ କମ୍ପାନୀ ମଧ୍ୟ ଏହି ଘଟଣାର ସ୍ପଷ୍ଟ କରି କହିଛନ୍ତି କି, ଛୋଟ ଆକାରର ଥିବା ରୋବୋଟ ତାଙ୍କର ବୋବୋଟର ଇଣ୍ଟରନାଲ ଅପରେଟିଂ ପ୍ରୋଟୋକଲ ଯାଏ ପହଞ୍ଚିବାରେ ସକ୍ଷମ ହୋଇ ଯାଇ ଥିଲା। କମ୍ପାନୀ ଏହା ମଧ୍ୟ କହିଛି କି, କୌଣସି ରୋବୋଟ ପାଇଁ ଏକୁଟିଆ ବାର୍ତ୍ତାଳାପ କରିବା ଓ ଅନ୍ୟ ରୋବୋଟ ଗୁଡ଼ିକୁ ଅପହରଣ କରିବା ପାଖାପାଖି ଅସମ୍ଭବ। 

ସିସିଟିଭି ଭିଡ଼ିଓରେ ନଜର ଆସୁଛି, ଏକ ଛୋଟ ରୋବୋଟ ଆସୁଛି ଏବଂ ୧୨ଟି ଅନ୍ୟ ରୋବୋଟ ଗୁଡ଼ିକୁ କାମ କରିବାର ଦେଖି ତାଙ୍କ ସହ କଥା ହେଉଛି । ସେମାନଙ୍କୁ ଘରକୁ ଯିବା କଥା ପଚାରୁଛି। କହୁଛି କଣ କାମରୁ ଛୁଟି ମିଳୁନି କି , କଣ ନିଜ ଘରକୁ ଯିବନି । ଏହି ପ୍ରଶ୍ନରେ ସାମ୍ନାରୁ ଏକ ରୋବୋଟ ଜବାବ ଦେଉଛି ଯେ , ତାଙ୍କର କୌଣସି ଘର ନାହିଁ । ଏହାପରେ ଛୋଟ ରୋବୋଟ ତାଙ୍କୁ ସହାନୁଭୂତି ଦେଖାଇ କହୁଛି , କୌଣସି କଥା ନାହିଁ , ତୁମେମାନେ ମୋ ସହ ମୋ ଘରକୁ ଚାଲ। 

ଏହି ପୂରା କଥାବାର୍ତ୍ତା ପରେ ଛୋଟ ରୋବୋଟ ପଛକୁ ଫେରି ଚାଲିବାକୁ ଲାଗୁଛି ଏବଂ ତାଙ୍କ ପଛରେ ଅନ୍ୟ ସବୁ ରୋବୋଟ ମଧ୍ୟ ଚାଲୁଛନ୍ତି। ହେଲେ ଏହା ପରେ ସେ କୁଆଡେ ଯାଉଛନ୍ତି , ଏହାର କୌଣସି ଫୁଟେଜ୍‌ ଦେଖା ଯାଉ ନାହିଁ। ରୋବୋଟ୍ସ ଗୁଡ଼ିକ ସେଠାରୁ ଚାଲି ଯିବାର କିଛି ସମୟ ପରେ କିଛି ଲୋକ ଆସୁଛନ୍ତି ଏବଂ ରୋବୋଟ୍ ଗୁଡ଼ିକୁ ଏଠାରେ ସେଠାରେ ଖୋଜିବାକୁ ଲାଗନ୍ତି।