ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୪ ଦିନରେ ପହଁଚିଲା ଟିପର ଚକାବନ୍ଦ ଆନ୍ଦୋଳନ, ମାଲକାନଗିରି ଜିଲ୍ଲା କଣ୍ଟ୍ରାକ୍ଟର ସଂଘ ପକ୍ଷରୁ ଉନ୍ନୟନ କାର୍ଯ୍ୟ ବନ୍ଦ ପାଇଁ ଦାବି ପତ୍ର ପ୍ରଦାନ

Published By : Prameya | April 4, 2025 9:56 PM

ମାଲକାନଗିରି : ବେଆଇନ ଯାଞ୍ଚ ବିରୋଧରେ ଉତ୍କଳ ଦିବସ ( ୧ ଅପ୍ରେଲ) ଠାରୁ ମାଲ୍ୟବନ୍ତ ଟିପର ମାଲିକ ସଂଘ ପକ୍ଷରୁ ଟିପର ଚକା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ୪ଦିନରେ ପହଁଚିଛି, ଯାହା ଫଳରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଗୋଟିଏ ପଟେ ଟିପର ଚକା ବନ୍ଦ ଆନ୍ଦୋଳନ ଅନ୍ୟ ପଟେ ଠିକାଦାରଙ୍କ କାମ ବନ୍ଦ ଧମକ ବିଭିନ୍ନ ବିଭାଗକୁ ଅଡୁଆରେ ପକାଇ ଦେଇଛି।ମାଲକାନଗିରି ଜିଲ୍ଲା କଣ୍ଟ୍ରାକ୍ଟର ସଂଘ ପକ୍ଷରୁ ଉନ୍ନୟନ କାର୍ଯ୍ୟ ବନ୍ଦ ପାଇଁ ଆଜି ଜିଲ୍ଲାର ବିଭିନ୍ନ ବିଭାଗକୁ ଦାବି ପତ୍ର ପ୍ରଦାନ କରା ଯାଇଛି।  

ଆଜି ମାଲକାନଗିରି ଜିଲ୍ଲା କଣ୍ଟ୍ରାକ୍ଟର ସଂଘର ଜେ ଶ୍ରୀନିବାସ ରାଓ, ପ୍ରଭାକର ପ୍ରଧାନ, ସନ୍ତୋଷ କୁମାର ରାଉତ, ଅଜିତ କୁମାର ପାଢ଼ୀ, ପି ରାମା ରାଓ,ଅର୍ଦ୍ଧେନ୍ଦୁ ସରକାର, ସତ୍ୟଜିତ ପଡିଆରୀ, ସୋମ୍ୟରଞ୍ଜନ ମୁଦୁଲି, ରାଜ କୁମାର ସାହୁ, ବିଶ୍ଵମ୍ବର ସରକାର ପ୍ରମୁଖ ଠିକାଦାର ମାନେ ଆରଡି ବିଭାଗ ୧ ଓ ୨ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ ସହିତ , ଜିଲ୍ଲାର ଅନ୍ୟାନ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଭେଟି ଉନ୍ନୟନ କାର୍ଯ୍ୟ ବନ୍ଦ କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି। 

ଜିଲ୍ଲାରେ ଏପ୍ରିଲ ୧ ତାରିଖ ଠାରୁ ଟିପ୍ପର ମାଲିକ ସଂଘ ପକ୍ଷରୁ ଚକା ବନ୍ଦ ଜାରି ରହିଥିବାରୁ, ମାଲକାନଗିରି ଜିଲ୍ଲାରେ ସଡକ, ବ୍ରିଜ୍ ଏବଂ ନିର୍ମାଣ ପାଇଁ ସାମଗ୍ରୀ ସାଇଟରେ ପଥର ସାମଗ୍ରୀ, ବାଲି, ଜିଏସବି ସିଟ, ଟାଇଲ, ମୋରମ ଆଦି ସାମଗ୍ରୀ କାର୍ଯ୍ୟ ସ୍ଥଳରେ ପହଞ୍ଚି ପାରୁ ନଥିବାରୁ  ଆଜି ଠାରୁ ସମସ୍ତ ବିକାଶର ଷ୍ଟପ୍ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି ପତ୍ର ମାଧ୍ୟମରେ ଜଣାଇଛନ୍ତି। ମାଲକାନଗିରି ଜିଲ୍ଲାର କାର୍ଯ୍ୟର ବିଳମ୍ବ ଏବଂ ମନ୍ଥର ଅଗ୍ରଗତି ପାଇଁ ମଧ୍ୟ ଆମେ ଦାୟୀ ରହିବୁ ନାହିଁ , ଯାହା ବର୍ଷା ପୂର୍ବରୁ ଶେଷ ହେବାକୁ ଯାଉଛି। ଟିପର ମାଲିକ ଓଡ଼ିଆ ଠିକାଦାରଙ୍କ ଆନ୍ଦୋଳନ ଏପରି ଚାଲୁ ରହିଲେ ,ଆଗାମୀ ଦିନରେ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.