ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତିରୁପତି ଲଡୁ ବିବାଦ: ମାମଲାର ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ କଲେ ସୁପ୍ରିମକୋର୍ଟ

Published By : Tapas Panda | October 4, 2024 12:08 PM

ନୂଆଦିଲ୍ଲୀ: ତିରୁପତି ଲଡୁ ମାମଲାରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସଆଇଟି) ଗଠନ କରିଛନ୍ତି । ରାଜ୍ୟର ଏସଆଇଟିକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ମାମଲାରେ ତଦନ୍ତ କରିବାକୁ ଥିବା ଟିମ୍‌ରେ ସିବିଆଇର ଦୁଇ ଜଣ ଅଧିକାରୀ ରହିବେ । ଏହା ବ୍ୟତୀତ ରାଜ୍ୟର ୨ ଜଣ ପୋଲିସ ଅଧିକାରୀ ଏବଂ ଜଣେ FSSAIର ଅଧିକାରୀ ସାମିଲ ରହିବେ । ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଏସଆଇଟିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଶୁଣାଣି ସମୟରେ ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗବାଇ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଏହା ରାଜନୈତିକ ନାଟକ ହେଉ । ସ୍ବତନ୍ତ୍ର ଟିମ୍‌ ହେଲେ ହିଁ ଆତ୍ମବିଶ୍ବାସ ରହିବ । ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସଲିସିଟ୍‌ର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଏସଆଇଟି ପର୍ଯ୍ୟାପ୍ତ ନା ସ୍ବତନ୍ତ୍ର ଏଜେନ୍ସିକୁ ତଦନ୍ତ ଭାର ଦିଆଯିବା ଦରକାର ? କିନ୍ତୁ ଏସଜି ରାଜ୍ୟ ସରକାରଙ୍କ ଏସଆଇଟି ଉପରେ ବିଶ୍ବାସ ପ୍ରକଟ କରିଥିଲେ ଏବଂ ଏହାର ନତେୃତ୍ବ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ନିଅନ୍ତୁ ବୋଲି କହିଥିଲେ । ଏହା ସତ୍ତ୍ୱେ ଆଜି ସୁପ୍ରିମକୋର୍ଟ ଦ୍ବତନ୍ତ୍ର ତଦନ୍ତ ଟିମ୍‌ ଗଠନ କରିଛନ୍ତି । 

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ରାଜ୍ୟରେ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିଲା । ନାଇଡୁଙ୍କ ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୀତି ଜୋର ଧରିଛି । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ୩ରୁ ଅଧିକ ଆବେଦନ ହୋଇଛି । ଆବେଦନ ଦାଖଲକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ସୁବ୍ବା ରେଡ୍ଡୀ ଏବଂ ଐତିହାସିକ ବିକ୍ରମ ସଂପତ ସାମିଲ ଅଛନ୍ତି । ସେପ୍ଟେମ୍ବର ୩୦ରେ ଏହି ମାମଲାର ଶୁଣାଣି ହୋଇଥିଲା । ଏହି ସମୟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ । ଏହି ମାମଲାରେ ଅତିକମ୍‌ରେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ ବୋଲି କହିଥିଲେ ସୁପ୍ରିମକୋର୍ଟ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.