ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମହାରାଷ୍ଟ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କ ଶପଥ ଉତ୍ସବରେ ହେବେ ସାମିଲ

Published By : Prameya | December 5, 2024 8:14 AM

ଭୁବନେଶ୍ୱର,୦୫/୧୨: ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ଦେବେନ୍ଦ୍ର ଫଡ୍‌ନବିସ୍‌ । ମୁମ୍ବାଇର ଆଜାଦ ମଇଦାନରେ  ହେବ ଏହି ଶପଥ ଗ୍ରହଣ ସମାରୋହ । ଏଥିରେ  ନିମନ୍ତ୍ରିତ ବିଶିଷ୍ଟ ଅତିଥି ଭାବେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ।

ଗୁରୁବାର ସନ୍ଧ୍ୟା ୫ଟା ୩୦ରେ  ଆଜାଦ ମଇଦାନରେ ଅନୁଷ୍ଠିତ ହେବ । ମହାରାଷ୍ଟ୍ରରେ ଆରମ୍ଭ ହେବେ ଦେବେନ୍ଦ୍ର ଫଡନବୀସ୍ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଫଡନବୀସ୍ ଶପଥ ନେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପିି ନେତା ଅଜିତ ପାଓ୍ୱାର ଶପଥ ନେବେ । ରାଜ୍ୟରେ ୨ୟ ଥର ପାଇଁ ମହାୟୁତି ମେଣ୍ଟ ସରକାର ଗଠନ କରିବ । ଶପଥ  ସମାରୋହରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ହୋଇଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମାରୋହରେ ସାମିଲ ହେବେ । ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ମହାରାଷ୍ଟ୍ର ଗସ୍ତ କରିବେ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.