ଭୁବନେଶ୍ୱର,୦୫/୧୨: ଆଜି ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ  ଦେବେନ୍ଦ୍ର ଫଡ୍‌ନବିସ୍‌ । ମୁମ୍ବାଇର ଆଜାଦ ମଇଦାନରେ  ହେବ ଏହି ଶପଥ ଗ୍ରହଣ ସମାରୋହ । ଏଥିରେ  ନିମନ୍ତ୍ରିତ ବିଶିଷ୍ଟ ଅତିଥି ଭାବେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେବେ।

ଗୁରୁବାର ସନ୍ଧ୍ୟା ୫ଟା ୩୦ରେ  ଆଜାଦ ମଇଦାନରେ ଅନୁଷ୍ଠିତ ହେବ । ମହାରାଷ୍ଟ୍ରରେ ଆରମ୍ଭ ହେବେ ଦେବେନ୍ଦ୍ର ଫଡନବୀସ୍ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଫଡନବୀସ୍ ଶପଥ ନେବା ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍‌ସିପିି ନେତା ଅଜିତ ପାଓ୍ୱାର ଶପଥ ନେବେ । ରାଜ୍ୟରେ ୨ୟ ଥର ପାଇଁ ମହାୟୁତି ମେଣ୍ଟ ସରକାର ଗଠନ କରିବ । ଶପଥ  ସମାରୋହରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ହୋଇଛି । ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମାରୋହରେ ସାମିଲ ହେବେ । ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ମହାରାଷ୍ଟ୍ର ଗସ୍ତ କରିବେ।