ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ୟାକେଜ ଘୋଷଣା କରିବେ

Published By : Prameya | March 1, 2025 9:36 AM

ଉଦଳା, ୦୧/୦୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ଶନିବାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ  ଉଦଳାକୁ ପ୍ରଥମଥର ପାଇଁ ଗସ୍ତ କରିବେ । ଉଦଳା  କଲେଜ ପଡ଼ିଆରେ ହେଲିକାପ୍ଟର ଯୋଗେ ଆସି  ଖଲାଡି ପଞ୍ଚାୟତ ପାଟପୁର ପଡ଼ିଆରେ ଆୟୋଜିତ  କାର୍ଯ୍ୟକ୍ରମରେ ଯୋଗ ଦେବେ । ନିର୍ବାଚନ ମଣ୍ଡଳୀର  ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ୟାକେଜ  ଘୋଷଣା କରିବେ ବୋଲି ଜଣାପଡ଼ିଛି । ଉଦଳା ବିଧାୟକ ଭାସ୍କର ମଢ଼େଇଙ୍କ  ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ଭାରତୀୟ ଜନତା ପାର୍ଟି ଦିନରାତି ଏକ କରି ଦେଇଛି । 

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  ଉଦଳାବାସୀ ଉତ୍ସାହିତ ହୋଇପଡିଛନ୍ତି । ଜିଲ୍ଲା  ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସଏ,  ଉପଜିଲ୍ଲାପାଳ ଶୁଶାନ୍ତ ବାରିକଙ୍କ ସମେତ ସମସ୍ତ  ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଯେପରି କୌଣସି  ସମସ୍ୟା ନ ଉପୁଜେ ସେଦିଗରେ ନଜର ରଖିଛନ୍ତି ।ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ସମସ୍ୟା  ପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ବେଳେ ଏସପି  ବରୁଣ ଗୁଣ୍ଠୁପାଲୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ୭ପ୍ଲାଟୁନ ପୁଲିସ ଫୋର୍ସ ସହିତ ୬୦ ଗୃହରକ୍ଷୀଙ୍କୁ  ମୁତୟନ କରାଯାଇଛି । ଅତିରିକ୍ତ ପୁଲିସ ଅଧୀକ୍ଷକ  ଦୀପକ ଗୋଛାୟତ, ଉପଖଣ୍ଡ ପୁଲିସ ଅଧିକାରୀ  ହୃଷିକେଶ ନାୟକ, ଉଦଳା ଥାନା ଅଧିକାରୀ ବନମାଳୀ ବାରିକଙ୍କ ସମେତ ୧୦ରୁ ଅଧିକ ଇନ୍ସପେକ୍ଟର,  ଏସ୍‌ଆଇ, ଏଏସ୍‌ଆଇ ଦାୟିତ୍ୱରେ ରହିଛନ୍ତି । ଗସ୍ତ  ସମୟରେ ଉଦଳା-ବାରିପଦା ରାଜ୍ୟ ରାଜପଥ ୧୯ରେ  ଯାତାୟାତ ୧ ଘଣ୍ଟା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ  ବୋଲି ସୂଚନା ମିଳିଛି । ଉଦଳା କଲେଜ ପଡ଼ିଆରୁ  ମୁଖ୍ୟମନ୍ତ୍ରୀ କାରକେଡରେ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏକ କିମି ରାସ୍ତାରେ ଶୁକ୍ରବାର ମକଡ୍ରିଲ  କରାଯାଇଛି । ଅପରପକ୍ଷେ ଉଦଳାବାସୀ ମୁଖ୍ୟମନ୍ତ୍ରୀଙ୍କ  ପ୍ରଥମ ଗସ୍ତକୁ ନେଇ ରେଳସେବା, ପୌର ପରିଷଦ  ମାନ୍ୟତା, କେନ୍ଦ୍ରୀୟ ବିଦ୍ୟାଳୟ ଓ ସାନ ବ୍ୟାରେଜ  ନିର୍ମାଣ ପ୍ରସଙ୍ଗ ପ୍ରତି ଆଶାବାଦୀ ଥିବା ଆଲୋଚନା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.