କେନ୍ଦୁଝର,୦୨/୦୩: ଉତ୍ତର ଓଡ଼ିଶା ଗସ୍ତରେ ଥିବା  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର  କେନ୍ଦୁଝର ଜିଲ୍ଲା ଗସ୍ତରେ ଆସୁଥିବା ଜଣାପଡିଛି । ରବିବାର  ସକାଳେ ହେଲିକପ୍ଟରରେ ଯଶୀପୁର ଠାରୁ କେନ୍ଦୁଝରରେ  ପହଞ୍ଚିବେ । ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ  ଆୟୋଜିତ ଆଞ୍ଚଳିକ କୃଷି ଯନ୍ତ୍ରପାତି କାର୍ଯ୍ୟକ୍ରମରେ  ଯୋଗଦେବେ । ପରେ ନିଜ ଗ୍ରାମ ରାଇକଳାେରେ କ୍ରିକେଟ୍‌  ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ।  କେନ୍ଦୁଝର ସର୍କିଟ୍‌ ହାଉସଠାରେ ରାତ୍ରୀଯାପନ ପରେ  ସୋମବାର ସକାଳେ ଭୁବନେଶ୍ୱର ଯାତ୍ରା କରିବେ।