ପୁରୀ, ୧୮।୩ :  ଆସନ୍ତାକାଲି ଚୈତ୍ର କୃଷ୍ଣ ପଞ୍ଚମୀ ତିଥି ପଡୁଛି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସର୍ବସାଧାରଣ ପାଇଁ  ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ପାଇଁ  ଦର୍ଶନ ବନ୍ଦ ରହିବ ବୋଲି  ଶ୍ରୀମନ୍ଦିର  ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।