ପ୍ରମୂଖ ଖବର
  • କଟକ : ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣା; KSCA ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମଙ୍କ ଇସ୍ତଫା
  • ||
  • ମିଠି ନଦୀ ଦୁର୍ନୀତି ମାମଲା: ଅଭିନେତା ଡିନୋ ମୋରିଆଙ୍କୁ ଇଡି ସମନ୍
  • ||
  • ସରଣ୍ଡା ଜଙ୍ଗଲରୁ ୧ କୁଇଣ୍ଟାଲ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଫୁଲବାଣୀ : ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା
  • ||
  • French Open 2025: 'ବୋଧ ହୁଏ ଏହା ମୋର ଶେଷ ମ୍ୟାଚ ଥିଲା', ଫ୍ରେଞ୍ଚ ଓପନ୍ ହାରିବା ପରେ ଅବସର ନେଲେ କି ନୋଭାକ ?
  • ||
  • ଭଦ୍ରକ : ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !
  • ||
  • ବରଗଡ଼ ପଞ୍ଚାୟତ କଲେଜ ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଚାନ୍ଦବାଲି : ରୋଗୀଙ୍କ ମୁହଁରୁ ଅକ୍ସିଜେନ କାଢିନେବାରୁ ମୃତ୍ୟୁ ଅଭିଯୋଗ, ଚାନ୍ଦବାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
  • ||
  • ଶନିବାର ମୁଖ୍ୟମନ୍ତ୍ରୀଙ୍କ ଫୁଲବାଣୀ ଗସ୍ତ : ୪୨ ପ୍ରକଳ୍ପର ଉଦ୍‌ଘାଟନ ସହ ୬୫ ନୂଆ ପ୍ରକଳ୍ପର କରିବେ ଶିଳାନ୍ୟାସ
  • ||
  • 'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ
  • ||
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ

Published By : Ankita S | June 7, 2025 8:56 AM

ନୂଆଦିଲ୍ଲୀ,୦୭/୦୬: କର୍ଣ୍ଣାଟକ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ବିଜେପି ନେତା ଯୋଗେଶ ଗୌଡ଼ାଙ୍କ ହତ୍ୟା ମାମଲାରେ ବିନୟ କୁଲକର୍ଣ୍ଣିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରମାଣ ନଷ୍ଟ କରିବା ନେଇ ବିନୟଙ୍କ ନାମରେ ଅଭିଯୋଗ ହୋଇଛି । ବେଲ ପିଟିସନ ଖାରଜ କରି ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

୨୦୨୦ ମସିହାରେ ବିନୟ କୁଲକର୍ଣ୍ଣି ବିଜେପି ନେତାଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ୨୦୨୧ରେ ତାଙ୍କୁ ଜାମିନ ମିଳିଥିଲା । କର୍ଣ୍ଣାଟକ ସରକାର ଜାମିନ ଆବେଦନ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରମାଣକୁ ପ୍ରଭାବିତ କରିବା ନେଇ ବିନୟ କୁଲକର୍ଣ୍ଣିଙ୍କ ନାମରେ ଅଭିଯୋଗ ହୋଇଥିଲା । ବିନୟ ଜାମିନ ଶବ୍ଦର ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଥିଲା ।

ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍‌ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଆଦେଶ ପାରିତ କରି କହିଛନ୍ତି କି, ବିନୟ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରମାଣକୁ ପ୍ରଭାବିତ କରିବାକୁ ରେକର୍ଡରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଦାଲତ ଏହି ସୁବିଚାରିତ ରାୟ ଦେଉଛନ୍ତି କି କୁଲକର୍ଣ୍ଣିଙ୍କୁ ଦିଆଯାଇଥିବା ଜାମିନ ରଦ୍ଦ ହେବା ଦରକାର । ପରିମାଣସ୍ୱରୂପ, ଅଭିଯୁକ୍ତ ସଂଖ୍ୟା ୧୫, ଅଭିଯୁକ୍ତଙ୍କ ଜାମିନ ଆବେଦନ ରଦ୍ଦ କରାଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କଣ ପୁରା ମାମଲା- ହତ୍ୟା ଘଟଣା ୨୦୧୬ ମସିହାର । ଜୁନ୍‌ ୧୫ ୨୦୧୬ରେ ଯୋଗେଶ ଗୌଡ଼ାଙ୍କୁ ହତ୍ୟା କରାଯାଇଥିଲା । ପରିବାର ହତ୍ୟା ଅଭିଯୋଗ ତତ୍କାଳୀନ ମନ୍ତ୍ରୀ ତଥା କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ନାମରେ ଆଣିଥିଲେ । ସିଦ୍ଧରମେୟା ସରକାର ବିନୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ହତ୍ୟାକାଣ୍ଡକୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧ ପ୍ରଦର୍ଶନ କରିଥିଲା । କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏହାକୁ ମୁଦ୍ଦା କରିଥିଲା ।

ବିନୟ କୁଲକର୍ଣ୍ଣି କର୍ଣ୍ଣାଟକ କଂଗ୍ରେସ ନେତା । ଏବେ ସେ ଧାରବାଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ୨୦୨୩ କର୍ଣ୍ଣାଟନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାପୂର୍ବରୁ ୨୦୧୪ ଲୋକସଭା ଓ ୨୦୧୮ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ । ସିଦ୍ଧରମେୟା କ୍ୟାବିନେଟରେ ଖଣିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.