ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL ଇତିହାସରେ ୫ ସବୁଠୁ କମ୍ ସ୍କୋର, ଜାଣନ୍ତୁ କେଉଁ ଟିମ୍ ନାମରେ ଏହି ରେକର୍ଡ଼

Published By : Ankita S | April 4, 2025 1:21 PM

ନୂଆଦିଲ୍ଲୀ,୦୪/୦୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସିଜିନ୍ ୧୮ ଜାରି ରହିଛି  । ଗତକାଲି (ଗୁରୁବାର) ଇଡ଼େନ ଗାର୍ଡେନରେ କୋଲକାତା ନାଇଟ ରାଇଡ଼ର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ହାଇଦ୍ରାବାଦକୁ ୨୦୧ରନର ଟାର୍ଗେଟ୍ ଦେଇଥିଲା କୋଲକାତା । ୧୨୦ ରନରେ ଅଲ ଆଉଟ ହୋଇଥିଲା ହାଇଦ୍ରାବାଦ । ଚଳିତ ସିଜନରେ ଏଯାବତ ଦଳ ୩ ଥର ଅଲଆଉଟ ହୋଇଛି । ଆମେ ଆଇପିଏଲ ଇତିହାସରେ ସବୁଠୁ କମ୍ ଦଳୀୟ ସ୍କୋର କଥା କହିବା ତେବେ ଏହି ରେକର୍ଡ ଆରସିବି ନାମରେ ରହିଛି । ଆସନ୍ତୁ ଜାଣିବା ଆଇପିଏଲର ଟପ୍ ୫ କମ୍ ସ୍କୋର ।

ଆରସିବି- ୪୯ରନ୍, ୨୦୧୭

ଆଇପିଏଲ ଇତିହାସରେ ସବୁଠୁ କମ୍ ସ୍କୋର କଥା କଥା କହିବା ତେବେ ଆରସିବି ନାମ ଆସିବ । ୨୦୧୭ ଏପ୍ରିଲ ୨୩ରେ ଇଡ଼େନ ଗାର୍ଡେନରେ କେକେଆର ବିପକ୍ଷରେ ଆରସିବି ୯.୪ ଓଭରରେ ମାତ୍ର ୪୯ରନ କରି ଅଲଆଉଟ ହୋଇଥିଲା ।

ରାଜସ୍ଥାନ ରୟାଲ୍ସ-୫୮ ରନ, ୨୦୦୯

୨୦୦୯ ଆଇପିଏଲରେ ଏକ ମ୍ୟାଚରେ ସବୁଠୁ ଲୋ-ସ୍କୋର କରି ଅଲଆଉଟ ହୋଇଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମ ଆଇପିଏଲ ସିଜିନ ବିଜେତା ରାଜସ୍ଥାନ ନାମରେ ଏହି ରେକର୍ଡ ରହିଛି । ଆରସିବି ବିପକ୍ଷ ଏକ ମ୍ୟାଚରେ ୫୮ ରନ କରି ଅଲଆଉଟ ହୋଇଥିଲା ରାଜସ୍ଥାନ ।

ରାଜସ୍ଥାନ ରୟାଲ୍ସ-୫୯ ରନ  ୨୦୨୩

ଆଇପିଏଲରେ ତୃତୀୟ ସବୁଠୁ କମ୍ ଦଳୀୟ ସ୍କୋର କରିଥିବା ରେକର୍ଡ ମଧ୍ୟ ରାଜସ୍ଥାନର ରୟାଲ୍ସ ନାମରେ ରହିଛି । ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଏକ ମ୍ୟାଚରେ ରାଜସ୍ଥାନ ୫୯ରନ କରି ଅଲଆଉଟ ହୋଇଥିଲା ।

ଦିଲ୍ଲୀ ଡେୟାରଡେଭିଲ୍ସ-୬୬ ରନ୍ ୨୦୧୭

ଦିଲ୍ଲୀ ଡେୟାରଡେଭିଲ୍ସ ୨୦୧୭ ଆଇପିଏଲ ସିଜନରେ ମୁମ୍ବାଇ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲା । ଯେଉଁଥିରେ ୬୬ରନ କରି ଅଲଆଉଟ ହୋଇଥିଲା ।

ଦିଲ୍ଲୀ ଡେୟାରଡେଭିଲ୍ସ-୬୭ ରନ୍ ୨୦୧୭

ଦିଲ୍ଲୀ ଡେୟାରଡେଭିଲ୍ସ ସେହି ବର୍ଷ ଅର୍ଥାତ ୨୦୧୭ ଆଇପିଏଲ ସିଜନରେ କିଙ୍ଗସ୍ ଇଲେଭେନ ପଞ୍ଜାବ ବିପକ୍ଷରେ ଏକ ମ୍ୟାଚ ଖେଳିଥିଲା । ଯେଉଁଥିରେ ୬୭ରନ କରି ଅଲଆଉଟ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.