ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବେଙ୍ଗାଲୁରୁ ଦଳାଚକଟା ଟ୍ରାଜେଡି ; KSCA ସମ୍ପାଦକ ଓ କୋଷାଧକ୍ଷଙ୍କ ଇସ୍ତଫା

Published By : Ankita S | June 7, 2025 2:36 PM

ବେଙ୍ଗାଲୁରୁ,୦୭/୦୬: ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାରେ ଆଉ ଦୁଇଜଣ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏସନର ସମ୍ପାଦକ ଓ କୋଷୋଧ୍ୟକ୍ଷ ନିଜ ପଦ ଛାଡିଛନ୍ତି । ସମ୍ପାଦକ ଏ. ଶଙ୍କର ଓ କୋଷାଧ୍ୟକ୍ଷ ଏଇ ଜୟରାମ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆଇପିଏଲ ଟ୍ରଫି ଜିତିବା ପରେ ଗତ ଜୁନ୍‌ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିଥିଲା । ଏହି ସମୟରେ ଷ୍ଟାଡିୟମ ବାହାରେ ଦଳାଚକଟା ସ୍ଥିତି ଉପୁଜି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।

ବେଙ୍ଗାଲୁରୁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହେବା ଘଟଣାରେ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ ଆସୋସିଏସନ୍‌ ଅର୍ଥାତ କେଏସସିଏ ଉପରେ ଆଞ୍ଚ ଆସିଛି । କେଏସସିଏର ସମ୍ପାଦକ ଏ .ଶଙ୍କର ଓ କୋଷାଧ୍ୟକ୍ଷ ଇଏସ.ଜୟରାମ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।  କର୍ଣ୍ଣାଟକ କ୍ରିକେଟ ଆସୋସିଏସର ଏହି ଦୁଇ ଅଧିକାରୀ ଦଳାଚକଟା ଘଟଣାରେ ନୈତିକତା ଦାୟିତ୍ୱ ନେଇ ନିଜ ନିଜ ପଦରୁ ଇସ୍ତଫା ଦେବା କଥା କହିଛନ୍ତି । ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଆମର ସୀମିତ ଭୂମିକା ଥିଲା ମାତ୍ର ନୈତିକ ଦାୟିତ୍ୱ ପାଇଁ ଆମ ପଦ ଛାଡିଛୁ ବୋଲି କହିଥିଲେ ଦୁଇ ଅଧିକାରୀ । KSCA ଅଧ୍ୟକ୍ଷ ରଘୁରାମ ଭଟ୍ଟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ।

ଅଧିକ ପଢନ୍ତୁ...ବେଙ୍ଗାଲୁରୁ ଦଳାଚକଟା ମାମଲା, ବଢ଼ିପାରେ ବିରାଟ କୋହଲିଙ୍କ ଅଡ଼ୁଆ

RCB ମାର୍କେଟିଂ ହେଡ୍‌ ଗିରଫ- ଆର୍‌ସିବି ବିରୋଧରେ ମାମଲା ରୁଜୁ ହେବା ପରେ ଦଳର ମାର୍କେଟିଂ ହେଡ୍ ନିଖିଲ ସୋସଲେଙ୍କୁ ଗିରଫ କରିଥିଲା ବେଙ୍ଗାଲୁଲୁ ପୁଲିସ । ସେ ମୁମ୍ବାଇ ପଳାଉଥିବା ସମୟରେ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଡିଏନଏ ମ୍ୟାନେଜମେଣ୍ଟର ୩ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରା ଯାଇଥିଲା ।

କୋହଲିଙ୍କ ନାମରେ ମାମଲା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁଲୁ (ଆର୍‌ସିବି) ଏବଂ ଭାରତୀୟ ଦଳର ଷ୍ଟାର ବ୍ୟାଟର ବିଟାର କୋହଲିଙ୍କ ନାମରେ ମାମଲା ରୁଜୁ ହୋଇଛି । ସାମାଜିକ କର୍ମୀ ଏଚ୍‌. ଏମ୍‌ ଭେଙ୍କଟେଶ କୋହଲିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ବେଙ୍ଗାଲୁରୁ ଦଳଚକଟା ଟ୍ରାଜେଡି ପାଇଁ କୋହଲି ଦାୟୀ ବୋଲି କହିଛନ୍ତି । ଆଗକୁ ହୁଏତ ଏହି ଘଟଣାରେ କୋହଲିଙ୍କ ଅଡୁଆ ବଢିପାରେ ।

ଚଳିତ ଆଇପିଏଲ ସିଜିନ୍ ୧୮ ଫାଇନାଲ ମୁକାବିଲାରେ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କରି ୧୮ ବର୍ଷ ପରେ ଚମ୍ପିଆନ ହୋଇଥିଲା ଆର୍‌ସିବି । ଏହି ଫ୍ରାଞ୍ଚାଇଜ ପାଇଁ ଏହା ପ୍ରଥମ ଟାଇଟଲ ଥିଲା । ବେଙ୍ଗାଲୁରୁରେ ଏହି ବିଜୟ ଉତ୍ସବ ପାଇନ ନେଇ ନିଷ୍ପତ୍ତି ହୋଇଥିଲା । ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ପାଳିଥିଲା ଟିମ୍‌ । ଏହି ସମୟରେ ଷ୍ଟାଡିୟମ ବାହାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଆର୍‌ସିବି ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ପ୍ରବଳ ଭିଡ ପାଇଁ ଦଳାଚକଟା ସ୍ଥିତି ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୦ ହାଜର ଲୋକ ଆହତ ହୋଇଥିଲେ । ଘଟଣାକୁ ବିଭିନ୍ନ ମହଲକୁ ନିନ୍ଦା କରାଯାଇଥିଲା । ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.