ପ୍ରମୂଖ ଖବର
  • ଯୋଗେଶ ଗୌଡ଼ା ହତ୍ୟା ମାମଲା; କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କୁ ସୁପ୍ରିମ ଝଟକା, ଜାମିନ ଆବେଦନ ଖାରଜ
  • ||
  • କଟକ : ରାସ୍ତାରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ, ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍‌...ଗରଗରା ପଡ଼ି ଉଠିଲା ପୋଲ ଗୟଳ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଉଠିବ ଚାରିନାହାକା
  • ||
  • ଇଂଲଣ୍ଡରେ କେଏଲ ରାହୁଲଙ୍କ ବିସ୍ଫୋରକ ଶତକ, ଭାରତ ଏ'- ୩୧୯/୭
  • ||
  • କଟକ : ହୋଟେଲ ଭିତରକୁ ମାଡିଗଲା ଟ୍ରେଲର, ଜଣେ ମୃତ
  • ||
  • ଦେବଗଡ଼ : ଅଜଣା ଗାଡ଼ି ଧକ୍କାରେ ଚାଷୀ ସହ ବଳଦ ମୃତ
  • ||
  • ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି, ଉପକୂଳବର୍ତ୍ତୀ ୧୧ ଜିଲ୍ଲାରେ କଲବଲ କରିବ ତାତି, ୧୦ ଯାଏ ନିସ୍ତାର ନାହିଁ
  • ||

ବେଙ୍ଗାଲୁରୁ ଦଳାଚକଟା ମାମଲା, ବଢ଼ିପାରେ ବିରାଟ କୋହଲିଙ୍କ ଅଡ଼ୁଆ

Published By : Tapas Panda | June 6, 2025 9:54 PM

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ଏବଂ ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ବେଙ୍ଗାଲୁରୁ ଦଳାଚକଟା ମାମଲାରେ ଫସିପାରନ୍ତି। ସାମାଜିକ କର୍ମୀ ଏଚ୍.ଏମ୍. ଭେଙ୍କଟେଶ କୋହଲିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ଏହି ଦୁର୍ଘଟଣା ପାଇଁ ତାଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର (ଜୁନ ୩) ପଞ୍ଜାବ କିଙ୍ଗସକୁ ପରାସ୍ତ କରି RCB IPL 2025 ଟାଇଟଲ ଜିତିଥିଲା। ଏହି ଫ୍ରାଞ୍ଚାଇଜି ପାଇଁ ଏହା ପ୍ରଥମ IPL ଟାଇଟଲ ଥିଲା । ଏହା ପରେ ବେଙ୍ଗାଲୁରୁରେ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଲିଥିଲା ଟିମ୍‌ । ଆଉ ଏହି ସମୟୟରେ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ଏହି ଘଟଣାକୁ ନେଇ କର୍ଣ୍ଣାଟକ ସମେତ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । 

 ଅନେକ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ଟିମ୍‌ ମ୍ୟାନେଜମେଣ୍ଟର ସଦସ୍ୟ ଗିରଫ ମଧ୍ୟ ହୋଇଛନ୍ତି । ଏପରିକି ଟିମ୍‌ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଛି । ଏସବୁ ଭିତରେ ବିରାଟ କୋହଲି ମଧ୍ୟ ଏହି ମାମଲାରେ ଛନ୍ଦି ହେଉଥିବା ଦେଖିବାକୁ ମିଳୁଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ସାମାଜିକ କର୍ମୀ ଭେଙ୍କଟେଶ ଥାନାରେ  ଅଭିଯୋଗ ଦାଖଲ କରିଥିଲେ ହେଁ ପୋଲିସ ମାମଲା ରୁଜୁ କରିନାହିଁ ।  ଆରସିବିର ଟାଇଟଲ ବିଜୟ ସମୟରେ ଦଳାଚକଟା ପାଇଁ ଭେଙ୍କଟେଶ କୋହଲିଙ୍କୁ ଦାୟୀ କରିଛନ୍ତି। 

 ବୁଧବାର ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିପାଇଁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ପ୍ରବଳ ଭିଡ଼ ଯୋଗୁଁ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇଥିଲା ଏବଂ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୫୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ସେପଟେ ଏହା ପୂର୍ବରୁ ଭେନୁ ନାମକ ଜଣେ ପୀଡିତ କ୍ୟୁବନ୍ ପାର୍କ ପୋଲିସ ଷ୍ଟେସନରେ RCB ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ ବିରୁଦ୍ଧରେ ଏକ FIR ଦାୟର କରିଥିଲେ ଏବଂ ଦଳାଚକଟା ପାଇଁ ସେମାନଙ୍କୁ ଦାୟୀ କରିଥିଲେ। 

 ଗୁରୁବାର କର୍ଣ୍ଣାଟକ ପୋଲିସ RCB, ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ DNA ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ KSCA ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା। ଏହା ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଏବଂ ଚିନ୍ନାସ୍ବାମୀ ଷ୍ଟାଡିୟମ ଦଳାଚକଟା ମାମଲାରେ ରୁଜୁ ହୋଇଥିବା ମାମଲା ରଦ୍ଦ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା। କେଏସସିଏକୁ କର୍ଣ୍ଣାଟକ ହାଇକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ମାମଲାର ଶୁଣାଣି ସମୟରେ, କୋର୍ଟ ରାଜ୍ୟ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.