ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମଙ୍ଗଳବାର ସାଉଦି ଆରବରେ ଆଲୋଚନା କରିବେ ଆମେରିକା ଓ ରୁଷର ଅଧିକାରୀ, ସାମିଲ ହେବନି ୟୁକ୍ରେନ

Published By : Tapas Panda | February 17, 2025 9:46 PM

Image Courtesy: ndtv

ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲାଗି ରୁଷ ଏବଂ ଆମେରିକାର ଶୀର୍ଷ ସ୍ତରୀୟ ନେତାମାନଙ୍କ ମଧ୍ୟରେ ସାଉଦି ଆରବରେ ଏକ ବୈଠକ ହେବାକୁ ଯାଉଛି । ଏହି ସମ୍ଭାବ୍ୟ ବୈଠକରେ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବା ଉପରେ ଆଲୋଚନା ହେବା ସହ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ଉପରେ ଆଲୋଚନା ହେବ ବୋଲି ସୋମବାର କ୍ରେମଲିନ୍‌ ପକ୍ଷରୁ ସୂଚନା ଦିଆଯାଇଛି । କ୍ରେମଲିନ୍‌ ମୁଖପାତ୍ର ଦିମିତ୍ରୀ ପେସକୋଭ୍‌ ସୂଚନା ଦେଇଛନ୍ତି ଯେ, ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ପୁଟିନଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ୟୁରି ଉଶାକୋଭ୍ ମଙ୍ଗଳବାର (୧୮ ଫେବୃଆରୀ)  ହେବାକୁ ଥିବା ଆଲୋଚନା ପାଇଁ ସାଉଦି ଆରବର ରିୟାଦ ଯାତ୍ରା କରିଛନ୍ତି । ଆମେରିକା ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେବେ ବୈଦେଶିକ ସଚିବ ମାର୍କୋ ରୁବିଓ, ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍ ୱାଲଜ୍‌ । ଏନେଇ ରବିବାର ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ୱିଟକଫ୍ ସ୍ପଷ୍ଟ କରିଛନ୍ତି । ପେସକୋଭ କହିଛନ୍ତି ଯେ, ଆଲୋଚନା ମୁଖ୍ୟତଃ ଆମେରିକା-ରୁଷ ସମ୍ପର୍କରେ ସୁଧାର, ୟୁକ୍ରେନ ଯୁଦ୍ଧର ସମାଧାନ ଉପରେ ସମ୍ଭାବ୍ୟ ଆଲୋଚନା ଏବଂ ଦୁଇ ରାଷ୍ଟ୍ରପତିଙ୍କ ବୈଠକ ଆୟୋଜନ କରିବା ଉପରେ ହେବ।

ଅନ୍ୟପଟେ ଇଣ୍ଟରଫ୍ୟାକ୍ସ-ୟୁକ୍ରେନ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସୋମବାର କହିଛନ୍ତି ଯେ ଏହି ସପ୍ତାହରେ ସାଉଦି ଆରବରେ ହେବାକୁ ଥିବା ଆମେରିକା-ରୁଷ ଆଲୋଚନାରେ କିଭ୍ ଅଂଶଗ୍ରହଣ କରିବ ନାହିଁ।  ଜେଲେନ୍ସକି କହିଛନ୍ତି, ଆଲୋଚନାରେ ୟୁକ୍ରେନ ଅଂଶଗ୍ରହଣ କରିବ ନାହିଁ । ୟୁକ୍ରେନ ଏ ବିଷୟରେ କିଛି ଜାଣିନଥିଲା ।’ଜେଲେନ୍ସକିଙ୍କ କହିବା ଅନୁଯାୟୀ, କିଭ୍ ସାମିଲ ନଥିବା ଆଲୋଚନାର ଫଳାଫଳ ଗ୍ରହଣ କରିବ ନାହିଁ ୟୁକ୍ରେନ୍‌ ।  ଆମ ବିନା ଆମ ବିଷୟରେ କୌଣସି ଚୁକ୍ତିକୁ ଆମେ ସ୍ୱୀକୃତି ଦେଇପାରିବୁ ନାହିଁ ବୋଲି ଜେଲେନ୍ସକି ଜୋର ଦେଇ କହିଛନ୍ତି ।

ଜେଲେନ୍ସକି ଆହୁରି କହିଛନ୍ତି ଯେ, ମଙ୍ଗଳବାର ଦିନ ତାଙ୍କର ସାଉଦି ଆରବ ଗସ୍ତ ସହ ଆମେରିକା ଏବଂ ରୁଷର ଆଲୋଚନା ସହ କୌଣସି ସଂପର୍କ ନାହିଁ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ-ୟୁକ୍ରେନ ବିବାଦର ସମ୍ଭାବ୍ୟ ସମାଧାନ ବିଷୟରେ ଆଲୋଚନା କରିବା ପାଇଁ ଆମେରିକା ଏବଂ ରୁଷ ପ୍ରତିନିଧିମଣ୍ଡଳୀ ମଙ୍ଗଳବାର ଦିନ ସାକ୍ଷାତ ଆଲୋଚନା କରିବାକୁ ଯାଉଛନ୍ତି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ସୋମବାର କହିଛନ୍ତି ଯେ, ମଙ୍ଗଳବାର ଦିନ ବୈଠକ ସମୟରେ ରୁଷ ଏବଂ ଆମେରିକାର ପ୍ରତିନିଧିମାନେ ୟୁକ୍ରେନ ଯୁଦ୍ଧ ସମାଧାନ ଉପରେ ସମ୍ଭାବ୍ୟ ଆଲୋଚନା କରିବେ ଏବଂ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ଆୟୋଜନ କରିବେ ।

ସୂଚନାଯୋଗ୍ୟ, ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୧୨ରେ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ଏହି ସମୟରେ ଦୁଇ ନେତା ଭବିଷ୍ୟତରେ ଏକ ବୈଠକ ଆୟୋଜନ କରିବା ସମେତ ବ୍ୟକ୍ତିଗତ ଯୋଗାଯୋଗ ରଖିବାକୁ ସହମତି ପ୍ରକାଶ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.