ଭୁବନେଶ୍ଵର, ୨୮/୦୧ : ଭାରସାମ୍ୟ ହରାଇ ଘର ବାରଣ୍ଡାକୁ ଚଢିଗଲା ଟ୍ରାକ୍ଟର। ଗାଡି ଚକା ତଳେ ଚାପି ହୋଇ ବୃଦ୍ଧ ମୃତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅରବିନ୍ଦ ନଗରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୃଦ୍ଧ ଜଣଙ୍କ ସେହି ଗ୍ରାମର ଭୀମ ଚର୍ଚ୍ଚି ବୋଲି ଜଣାପଡ଼ିଛି।
ଏହି ଖବରଟିକୁ ପଢନ୍ତୁ-କଣ୍ଟେନର ଧକ୍କାରେ ସ୍କୁଟି ଆରୋହୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ କବିସୂର୍ଯ୍ୟନଗର ଥାନା ଅରବିନ୍ଦ ନଗରର ଭୀମ ଚର୍ଚ୍ଚି ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ଏକ ଟ୍ରକ୍ଟର ବାରଣ୍ଡା ଉପରକୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଫଳରେ ଭୀମ ଚର୍ଚ୍ଚି ଗାଡି ଚକା ତଳେ ଚାପି ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।