ଗୁଣପୁର,୨୪/୫(ଆପ୍ର): ବେଆଇନ ଭାବେ ବଂଶଧାରା ନଦୀରୁ ଟ୍ରକ୍ଟର ଯୋଗେ ଵାଲି ପରିବହନ କରାଯାଉଥିବା ବେଳେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜବତ ଟ୍ରକ୍ଟର ଗୁଣପୁର ଉପକଣ୍ଠ ଗାଦିଆଖଳା ଗ୍ରାମର ବୋଲି ଜଣାପଡିଛି। ଜବତ ଟ୍ରାକ୍ଟରକୁ ପୋଲିସ ଥାନାରେ ଅଟକ ରଖାଯାଇଥିବା ବେଳେ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ମଧ୍ୟରାତ୍ରରେ ଚଢ଼ାଉ କରାଗଲେ ଅଧିକ ଚୋରା କାରବାର ରୋକାଯାଇ ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...