ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଡିଜିପି ସମ୍ମୀଳନୀ ପାଇଁ ରାଜଧାନୀରେ ଅଭେଦ୍ୟ ସୁରକ୍ଷା, ବିମାନବନ୍ଦର-ଏଜି-ପିଏମ୍‌ଜି ଛକ-୧୨୦ ବାଟାଲିୟନ ରାସ୍ତା ବନ୍ଦ

Published By : Prameya | November 29, 2024 9:07 AM

ଭୁବନେଶ୍ୱର,୨୯/୧୧: ଆଜିଠୁ  ଅଖିଳ ଭାରତୀୟ ଡିଜିପି ସମ୍ମିଳନୀ ରାଜଧାନୀରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜାତୀୟ  ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ  ସମେତ ଅନ୍ୟାନ୍ୟ ଭିଭିଆଇପି ୩ ଦିନ ଧରି ଭୁବନେଶ୍ୱରରେ ରହିବେ । ଏହାକୁ ଦୃଷ୍ଟିରେ ରଖି  ରାଜଧାନୀର ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ କଟକଣା  ଜାରି ହୋଇଛି । ବିଶେଷ କରି ବିମାନବନ୍ଦରରୁ  ଏଜି ଛକ, ପିଏମ୍‌ଜି ଛକ ଦେଇ ୧୨୦  ବାଟାଲିୟନ ରାସ୍ତାରେ ଯା’ଆସ ମନା କରାଯାଇଛି । ଭିଭିଆଇପିଙ୍କ ଗସ୍ତ ସୂଚୀ ଅନୁସାରେ ସେହିଦିନ ସାମୟିକ ସମୟ ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ବନ୍ଦ  କରାଯିବ । ଶୁକ୍ରବାର ଓ ଶନିବାର ଏୟାରପୋର୍ଟ  ଆବାସିକ ଛକରୁ ଟି-ଜଙ୍କସନ (ପାଣି ଟାଙ୍କି ଛକ)  ରାସ୍ତାରେ କୌଣସି ଗାଡି ଚଳାଚଳ କରିପାରିବନି ।  

ଆଜି ୧ଟା ୨୫ରେ  ପହଞ୍ଚିବେ ଅମିତ ଶାହ, ୨ଟାରେ ଉଦ୍‌ଘାଟନ  

ଆଜି ଅପରାହ୍ଣ ୧ଟା ୨୫ ମିନିଟ୍‌ରେ  ବିମାନବନ୍ଦରରେ ଅମିତ ଶାହଙ୍କ ସ୍ୱତନ୍ତ୍ର ବିମାନ  ଅବତରଣ କରିବ । ସେ ବିମାନବନ୍ଦରରୁ ସିଧା ଲୋକସେବା ଭବନରେ ଥିବା ସମ୍ମିଳନୀ କକ୍ଷକୁ  ଯିବେ । ଅପରାହ୍ଣ ୨ଟାରେ ଡିଜିପି ସମ୍ମିଳନୀର  ଉଦ୍‌ଘାଟନ କରିବେ । ସେଥିପାଇଁ ଅପରାହ୍ଣ ୧ଟାରୁ  ୨ଟା ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ପିଏମ୍‌ଜି ଛକ  ରାସ୍ତାକୁ ବ୍ଲକ୍‌ କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ଓ  ଏଜି ଛକ ଟ୍ରାଫିକ୍‌ ମଧ୍ୟ ବନ୍ଦ ରହିବ ।  

ସନ୍ଧ୍ୟାରେ ରାଜଭବନ-ଏଜି-ହାଉସିଂ ବୋର୍ଡ-ରାମମନ୍ଦିର ରାସ୍ତା ସିଲ୍‌  

ଶୁକ୍ରବାର ଅପରାହ୍ଣ ୪ଟା ୧୫ରେ ବାୟୁସେନାର  ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ ମୋଦି ।  ବିମାନବନ୍ଦରରୁ ବାହାରି ଏକ ସାଧାରଣ ସଭାରେ  ଉଦ୍‌ବୋଧନ ହେବେ । ଅପରାହ୍ଣ ୪ଟା ୪୫ରୁ  ୫ଟା ୨୫ ଯାଏଁ ଏୟାରପୋର୍ଟ ଛକରୁ ରାଜଭବନ  ରାସ୍ତା ବନ୍ଦ ରହିବ । ଏହି ରାସ୍ତାରେ ମୋଦି  ରାଜଭବନକୁ ଯିବେ । ମୋଦି ସନ୍ଧ୍ୟା ବେଳେ  ରାମମନ୍ଦିର ନିକଟ ବିଜେପି ରାଜ୍ୟ କାର୍ଯ୍ୟାଳୟ  ବୈଠକରେ ଯୋଗଦେବେ । ସେଥିପାଇଁ ସନ୍ଧ୍ୟା  ୬ଟାରୁ ୬ଟା ୪୫ ଯାଏଁ ରାଜଭବନ ଛକଏଜି ଛକ-ହାଉସିଂ ବୋର୍ଡ ଛକ-ରାମମନ୍ଦିର  ଛକ-ମାଷ୍ଟରକ୍ୟାଣ୍ଟିନ ଛକ ରାସ୍ତା ବନ୍ଦ ରହିବ ।  ମୋଦିଙ୍କ ଫେରିବା ସମୟରେ ରାତି ୮ଟା ୨୫ରୁ  ୮ଟା ୫୦ ଯାଏଁ ମଧ୍ୟ ଏହି ରାସ୍ତାରେ କେହି  ଯାତାୟତ କରିପାରିବେନି ।

ପୁଲିସ ଭବନରେ ରହିବେ  ଶାହ, ଏଜି-ନାଲ୍‌କୋ  ଛକ ରାସ୍ତା ବନ୍ଦ 

ସ୍ୱରାଷ୍ଟ୍ରମନ୍ତ୍ରୀ ସମ୍ମିଳନୀରୁ ସିଧା  ଚନ୍ଦ୍ରଶେଖରପୁରସ୍ଥିତ ପୁଲିସ ଭବନ  (ଆଇପିଏସ ମେସ୍‌)କୁ ଯିବେ । ସେଠାରେ  ରାତ୍ରିଯାପନ କରିବେ । ସେଥିପାଇଁ ଶନିବାର ସନ୍ଧ୍ୟା ସାଢ଼େ ୭ଟାରୁ ରାତି ୮ଟା ୨୦ ମିନିଟ୍‌  ଯାଏଁ ଏଜି-ରବୀନ୍ଦ୍ର ମଣ୍ଡପ-୧୨୦ ବାଟାଲିୟନ- ଜୟଦେବ ବିହାର-ନାଲକୋ ଛକ ରାସ୍ତାରେ  ଗାଡି ଚଳାଚଳ ବନ୍ଦ ରହିବ । ଶାହ ଶନିବାର  ସକାଳେ ପୁଣି ସମ୍ମିଳନୀରେ ଯୋଗଦେବେ ।  ସକାଳ ୬ଟାରୁ ସାଢ଼େ ୮ଟା ଯାଏଁ ଏହି ରାସ୍ତା  ବନ୍ଦ ରହିବ । ସମ୍ମିଳନୀରୁ ଆଇପିଏସ୍‌ ମେସକୁ  ଫେରିବା ପାଇଁ ଏହି ରାସ୍ତାକୁ ସନ୍ଧ୍ୟା ସାଢ଼େ ୭ଟାରୁ  ରାତି ୮ଟା ୧୫ ମିନିଟ୍‌ ଯାଏଁ ବନ୍ଦ କରାଯିବ ।  

ମୋଦିଙ୍କ ପାଇଁ  ଏଜି-ରାଜଭବନ-ପାୱାର  ହାଉସ୍‌ ରାସ୍ତା ସିଲ୍‌  

ଶନିବାର ସକାଳ ୮ଟା ୨୫ରେ ରାଜଭବନରୁ  ଲୋକସେବା ଭବନ ସମ୍ମିଳନୀ କକ୍ଷ ଯିବେ  ମୋଦି । ସେଥିପାଇଁ ସକାଳ ୮ଟା ୧୦ରୁ ସାଢ଼େ ୮ଟା ଯାଏଁ ରାଜଭବନ ଛକରୁ ଏଜି  ଛକ ଓ ରାଜଭବନ ଛକରୁ ପାୱାର ହାଉସ୍‌ ଛକ  ରାସ୍ତାକୁ ବନ୍ଦ କରାଯିବ । ମୋଦି ରାଜଭବନକୁ ଫେରିବା ପାଇଁ ସନ୍ଧ୍ୟା ୭ଟା ୫୫ରୁ ରାତି ୮ଟା  ୨୦ ମିନିଟ୍‌ ଯାଏଁ ଏହି ରାସ୍ତାକୁ ବନ୍ଦ କରାଯିବ ।  

ଉଦଯାପନୀରେ ବି କଟକଣା ବଳବତ୍ତର 

ଉଦ୍‌ଯାପନୀ ଦିବସରେ ଅର୍ଥାତ୍‌ ରବିବାର ସକାଳ  ୬ଟାରୁ ୮ଟା ୨୦ ଯାଏଁ ଏଜି-ରବୀନ୍ଦ୍ର ମଣ୍ଡପ- ୧୨୦ ବାଟାଲିୟନ-ଜୟଦେବ ବିହାର-ନାଲକୋ  ଛକ ରାସ୍ତାକୁ ବନ୍ଦ କରାଯିବ । ସେହି ସମୟ  ଭିତରେ ଆଇପିଏସ୍‌ ମେସ୍‌ରୁ ଶାହଙ୍କ କାର୍‌କେଡ୍‌  ଲୋକସେବା ଭବନ ଆସିବ । ସକାଳ ୮ଟା ୫ରୁ  ୮ଟା ୨୫ ଯାଏଁ ରାଜଭବନ ଛକରୁ ଏଜି ଛକ  ଓ ରାଜଭବନ ଛକରୁ ପାୱାର ହାଉସ୍‌ ଛକ  ରାସ୍ତା ବ୍ଲକ କରାଯିବ । ଏହି ସମୟରେ ମୋଦିଙ୍କ  କାରକେଡ୍‌ ରାଜଭବନରୁ ବାହାରି ଲୋକସେବା  ଭବନ ସମ୍ମିଳନୀ କକ୍ଷରେ ପହଞ୍ଚିବ । ଉଦ୍‌ଯାପନ  ପରେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ସମେତ  ଅନ୍ୟ ଭିଭିଆଇପି ସିଧା ବିମାନବନ୍ଦର ଯିବେ ।  ସେଥିପାଇଁ ଏଜି ଛକରୁ ବିମାନବନ୍ଦର ରାସ୍ତାକୁ  ଅପରାହ୍ଣ ୪ଟା ୨୦ରୁ ୪ଟା ୪୫ ଓ ସନ୍ଧ୍ୟା ୫ଟା  ୧୫ରୁ ୫ଟା ୪୦ ମିନିଟ୍‌ ଯାଏଁ ବନ୍ଦ କରାଯିବ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.