ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାରିପଦାରେ କନେଷ୍ଟବଳ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ! ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

Published By : Prameya | November 18, 2024 8:19 AM

ବାରିପଦା,୧୮/୧୧: ରାଜ୍ୟ ସରକାରଙ୍କ ପିଛା ଛାଡ଼ୁନି ପ୍ରଶ୍ନ ପତ୍ର ଲିକ ପ୍ରସଙ୍ଗ । ଏଥର ବାରିପଦାରୁ ପ୍ରଶ୍ନପତ୍ର ଲିକ୍‌ ନେଇ ଟ୍ରାଫିକ କନେଷ୍ଟବଳ ପରୀକ୍ଷା ସମୟରେ ଆସିଛି ଏଭଳି  ସଂଗୀନ ଅଭିଯୋଗ । ସୂଚନା ମୁତାବକ ମହାରାଣୀ ପ୍ରେମ କୁମାରୀ  ଉଚ୍ଚ ବାଳିକା ବିଦ୍ୟାଳୟରେ କନେଷ୍ଟବଳ ପରୀକ୍ଷା ଚାଲିଥିବା  ବେଳେ ପ୍ରଶ୍ନପତ୍ର ପ୍ୟାକେଟ ଖୋଲା ଥିବା ଅଭିଯୋଗ ହୋଇଛି ।  ଅଭିଯୋଗକାରୀ ପରୀକ୍ଷାର୍ଥୀ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା  କୁଳିଅଣା ଥାନା କରକଚିଆ ଗ୍ରାମର ହୃଷିକେଶ ଦାସ । ପ୍ରଶ୍ନପତ୍ର  ଦେବା ବେଳେ ପୂର୍ବରୁ ତାର ସିଲ୍‌ କଟାଯାଇଥିବା ନେଇ ସେ  ଅଭିଯୋଗ କରିଛନ୍ତି । 

ସୂଚନା ମୁତାବକ ରବିବାର ଓଡ଼ିଶାର ୨୬ ଟି ଟ୍ରାଫିକ୍‌  କନେଷ୍ଟବଳ ପୋଷ୍ଟ ପାଇଁ ସାରା ରାଜ୍ୟର ଲକ୍ଷଲକ୍ଷ ପରୀକ୍ଷାର୍ଥୀ  ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ବାରିପଦା  ସହରରେ ଅନେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ  ମାନଙ୍କରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ବାରିପଦା  ସହରରେ ଥିବା ମହାରାଣୀ ପ୍ରେମକୁମାରୀ ଉଚ୍ଚ ବାଳିକା  ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍‌  ଘଟଣା ସାମ୍ନାକୁ ଆସିଛି । 

ପରୀକ୍ଷା ପାଇଁ ରବିବାର ସକାଳ ୯ଟାରୁ ୯.୪୫ ରିପୋଟିଂ  ସମୟ ରହିଥିବା ବେଳେ ୧୦ ରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା  ହୋଇଥିଲା । ତେବେ ପରୀକ୍ଷାପାଇଁ ପ୍ରଶ୍ନପତ୍ର ଦେବା ସମୟରେ  ହୃଷିକେଶ ଦାସଙ୍କ ପ୍ରଶ୍ନ ପତ୍ରଟିର ସିଲ୍‌ ପୂର୍ବରୁ କଟାଯାଇଥିବା  ନେଇ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ପରୀକ୍ଷକଙ୍କୁ  ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସଙ୍ଗେ ସଙ୍ଗେ ସେହି ପ୍ରଶ୍ନପତ୍ର ଟିକୁ ହୃଷିକେଶଙ୍କ ହାତରୁ ନେଇଯାଇ ସମାନ  ସେଟ୍‌ (ଏ ) ର ଅନ୍ୟ ଏକ ପ୍ରଶ୍ନପତ୍ର ଆଣି ତାଙ୍କୁ ଦେଇଥିଲେ  କର୍ତ୍ତୃପକ୍ଷ । ପର ମୁହୂର୍ତ୍ତରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା  ଡେପୁଟି କଲେକ୍ଟର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍‌ ବସୁନ୍ଧରା  ଭିତିରିଆଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ପ୍ରଶ୍ନପତ୍ରଟି ପକେଟ୍‌ ଭିତରୁ ହିଁ ଏଭଳି ବାହାରିଥିବା କହିଥିଲେ । ଏନେଇ ସେ  ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.