ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

‘ପୁଷ୍ପା-୨’ ପ୍ରିମିୟରରେ ଅଘଟଣ, ଦଳଚକଟାରେ ମାଆ ଓ ଶିଶୁ ମୃତ

Published By : Anindita | December 5, 2024 8:39 AM

ନୂଆଦିଲ୍ଲୀ,୦୫/୧୨:  ଅଲ୍ଲୁ ଅର୍ଜୁନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨’ ରିଲିଜ ହୋଇଛି। ପୁଷ୍ପା  ବ୍ଲକବଷ୍ଟର ହେବା ପରେ  'ପୁଷ୍ପା ୨: ଦ ରୁଲ' ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ହେଲେ ‘ପୁଷ୍ପା-୨’ ପ୍ରିମିୟର ଶୋ’ରେ  ଘଟିଛି ଅଘଟଣ।  ଫିଲ୍ମର ପ୍ରିମିୟର ଚାଲିଥିବା ବେଳେ ଫ୍ୟାନ୍ସମାନଙ୍କ ମଧ୍ୟରେ ଦଳାଚକଟା ହୋଇଛି । ଫଳରେ ଘଟଣାସ୍ଥଳରେ  ଜଣେ ମହିଳା ଓ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ହାଇଦ୍ରାବାଦରେ ବହୁ  ଚର୍ଚ୍ଚିତ 'ପୁଷ୍ପା ୨: ଦ ରୁଲ' ଫିଲ୍ମର ପ୍ରିମିୟର ଶୋ’ ଚାଲିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ଭିତରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏନେଇ ଦଳଚକଟା ଦେଖିବାକୁ ମିଳିଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡିଥିଲା। ଫ୍ୟାନ୍ସ  ଅଭିନେତାଙ୍କୁ ଦେଖିବା ପାଇଁ ଦୌଡ଼ି ଯାଇଥିଲେ ଏବଂ ଏକ ପରେ ଦଳାଚକଟା ହୋଇଥିଲା। ଏହି ଅଘଟଣରେ ଜଣେ ମହିଳା ଜଣଙ୍କ ତାଙ୍କ ପୁଅ ସହ ତଳେ ପଡ଼ି ଗୁରୁତର ହୋଇଥିଲେ । ତେବେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଝଲକ ପାଇବା ପାଇଁ ହୋଇଥିବା ଏହି ଅଘଟଣରେ ମହିଳା ଜଣକ ପ୍ରାଣ ହରାଇଛନ୍ତି । ହାଇଦ୍ରାବାଦରୁ ଆସିଥିବା ଭିଡିଓରେ ଅଲ୍ଲୁଙ୍କ କାର ଚାରିପାଖରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। 





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.