ଘଷିପୁରା, ୧୬/୦୬: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା । ଶୈଲଙ୍ଗ ପୋଖରୀ କୂଳ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । ମୃତକ ଶୈଲଙ୍ଗ ଗ୍ରାମର ଧରଣୀ ରାଉତ ବୋଲି ଜଣାପଡ଼ିଛି । ଘଷିପୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ସୋମବାର ସକାଳୁ ଗଛରେ ଧରଣୀଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଧରଣୀଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଧରଣୀଙ୍କର କାହା ସହ ଶତ୍ରୁତା ନଥିଲା ହେଲେ ସ୍ଥାନୀୟ ଅଞ୍ଚଳରେ ଜୁଆ ଖେଳ ହେଉଥିବାର ଜଣାପଡ଼ିଛି । ଏହି ଜୁଆଖେଳକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି । ଅନ୍ୟ ପକ୍ଷରେ ଖବରପାଇ ଘଷିପୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।