ଭୋପାଳ,୧୦ /୦୩ :  ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲା କୋଟ୍ଟୱାଲିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଏକ ଏସୟୁଭି କାର ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଜଣ ଆହତ ହୋଇଛନ୍ତି । ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତେ ଏକ ମୁଣ୍ଡନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ବାଟରେ ମୃତ୍ୟୁ ଜଗି ବସିଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, କିଛି ଲୋକ ଏକ ଏସୟୁଭି କାରରେ ଏକ ମୁଣ୍ଡନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ମେହର ମାତାଙ୍କ ଦର୍ଶନରେ ବାହାରିଥିଲେ । ହେଲେ ବାଟରେ ମୃତ୍ୟୁ ଜଗି ବସିଥିଲା । ଅଧାରେ ରହିଗଲା ଦର୍ଶନ । ଦ୍ରୁତ ଗତିରେ ମାଡି ଆସିଥିଲା ଏକ ଟ୍ରକ । କାରକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ  ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ୯ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଗୁରୁତରଙ୍କୁ ସଞ୍ଜୟ ଗାନ୍ଧୀ, ରିବା ହସ୍ପିଟାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଞ୍ଚଳରେ ଚିତ୍କାର ଶୁଣାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  କିଛି ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଅଧିକ ପଢନ୍ତୁ...ରାଜସ୍ଥାନରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା, ଟ୍ରଲିକୁ ଧକ୍କା ଦେଲା କାର୍, ୬ ମୃତ…

ମୁଖ୍ୟମନ୍ତ୍ରୀଙ୍କ ଶୋକ- ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଦୁଃଖଦ । ମୃତକଙ୍କ ପରିବାରକୁ ମୋର ସମବେଦନା  ଜଣାଉଛି । ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି ଏକ୍ସରେ କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି । ସେହିପରି ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି  ।