ନୂଆଦିଲ୍ଲୀ,୨୫।୧: ଭଏସ୍ ଓ ଏସ୍ଏମ୍ଏସ୍ ଥିବା ପ୍ଲାନ ଏବେ ଆହୁରି ହୋଇପାରେ ଶସ୍ତା। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) କମ୍ପାନୀ ଗୁଡିକୁ ନିଜର ଭଏସ୍ ଓ ଏସଏମ୍ଏସ୍ ପ୍ଲାନ୍କୁ ଆହୁରି ଶସ୍ତା କରିବାକୁ କହିଛି। ଟ୍ରାଇ ଚାହୁଁଛି କମ୍ପାନୀ ଜିରୋ ଡାଟା ପ୍ଲାନ ଉପରେ ଅଧିକ ଡିସକାଉଣ୍ଟ ଦେଉ ଫଳରେ ଏହା ୨-ଜି ସବସ୍କ୍ରାଇବ୍କୁ ପସନ୍ଦ କରିଛନ୍ତି। ରିପୋର୍ଟ ଅନୁସାରେ, ଗତ ଦୁଇ ଦିନରେ ଟ୍ରାଇ କମ୍ପାନୀର ଏକଜିକ୍ୟୁଟିଭଙ୍କୁ ସାକ୍ଷାତ କରିଛନ୍ତି ଓ କହିଛନ୍ତି ଡାଟା ବେନିଫିଟସ୍ କମ୍ ହେବା କାରଣରୁ ମୂଲ୍ୟକୁ ମଧ୍ୟ କମ୍ କରନ୍ତୁ। ଜଣେ ଅଧିକାରୀଙ୍କ କହିବା ଅନୁସାର, ଭଏସ୍ ଓନଲି ପ୍ଲାନର ମୂଲ୍ୟରେ କାଟ୍ ଟେଲିକମ୍ କମ୍ପାନୀ ଦ୍ବାରା ଖର୍ଚ୍ଚ କରାଯାଉଥିବା ଡାଟାର ଆଭରେଜ୍ ଉପରେ ନିର୍ଭର କରିବା ଦରକାର।
ଟ୍ରାଇ ନିର୍ଦେଶ ଅନୁସାରେ, ଭାରତୀ ଏୟାରଟେଲ୍ ନିଜର ଦୁଇଟି ଭଏସ୍-ଓନଲି ପ୍ଲାନର ମୂଲ୍ୟ ପୁଣିଥରେ ୬% କମ୍ କରିଛି। ଓରିଜନାଲ ବଣ୍ଡଲ ପ୍ଲାନ ଅନୁସାରେ, ଟାରିଫ୍ ଏବେ ୮% ରୁ ଅଧିକ କମ୍ ହୋଇଯାଇଛି। ବାକି ଟେଲି କମ୍ କମ୍ପାନୀକୁ ମଧ୍ୟ ଏଭଳି ପ୍ଲାନର ମୂଲ୍ୟକୁ କମ୍ କରାଯିବାର ଆଶା ରହିଛି। ଭଏସ୍ ଓ ଏସ୍ଏମ୍ଏସ୍ ଓନଲି ପ୍ଲାନ୍ରେ ଟ୍ରାଇର ନିର୍ଦେଶ ୨୩ ଜାନୁଆରୀରୁ ଲାଗୁ ହୋଇଛି। ଦୂରସଞ୍ଚାର କମ୍ପାନୀ ଉପରେ ଏହାର ପ୍ରଭାବ ନୂଆ ପ୍ଲାନର ଫାଇଦା ନେଉଥିବା ୟୁଜର୍ସଙ୍କ ସଂଖ୍ୟା ଉପରେ ନିର୍ଭର କରିବ। ଆନାଲିଷ୍ଟଙ୍କ ମତରେ ଏବେ ବଣ୍ଡଲ୍ଡ ଓ ଭଲସ୍-ଓନଲି ପ୍ଲାନ ଭିତରେ ଥିବା ମୂଲ୍ୟରେ ଖୁବ୍ ପ୍ରାର୍ଥକ୍ୟ ଦେଖିବାକୁ ହେବ ଓ ଏଥିପାଇଁ ନୋ-ଫ୍ରିଲ୍ସ ସବସ୍କ୍ରିପସନ୍ର ପର୍ଯ୍ୟାପ୍ତ ଡିମାଣ୍ଡ ହୋଇପାରେ।
ବିଶ୍ଲେଷକମାନେ ପୂର୍ବରୁ କହିଥିଲେ, ତାଙ୍କୁ କେବଳ ମାମୁଲି ପ୍ରଭାବର ଆଶା ରହିଛି, କାରଣ ବଣ୍ଡଲ ପ୍ଲାନସ୍ ଓ ଭଏସ୍ ଓନଲି ପ୍ଲାନ୍ ଭିତରେ ମୂଲ୍ୟର ପ୍ରଭେଦ କମ୍ ରହିଛି। ତେବେ ରିଭାଇଜ୍ଡ କଟ୍ ସହ ଲିମିଟେଡ୍ ଡାଟା ରିସୋର୍ସେଜର ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ମଧ୍ୟ ଭଏସ୍-ଓନଲି ପ୍ଲାନ ଆକର୍ଷଣୀୟ ପ୍ରମାଣିତ ହୋଇପାରେ। ଏହି ପଦକ୍ଷେପ ୨-ଜି ୟୁଜର୍ସଙ୍କ ୪-ଜି ଓ ୫-ଜି ପକ୍ଷରୁ ଚାଲିଥିବା ମାଇଗ୍ରେସନ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏହା ଦ୍ବାରା ସମ୍ଭାବିତ ରୂପରେ ଟେଲିକମ୍ କମ୍ପାନୀର ଏଆରପିୟୁ ବଢିବାର ଯୋଜନା ପ୍ରଭାବିତ ହେବ।
ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ଗଣତନ୍ତ୍ର ଦିବସରେ ଶୁଭାରମ୍ଭ ହେବ ଜିଓସାଉଣ୍ଡ ପେ…