ନୂଆଦିଲ୍ଲୀ,୨୫/୧୧: ଟେଲିକମ କମ୍ପାନି ଗୁଡିକ ପହିଲାରୁ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ ।  ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ( ଟ୍ରାଇ) ଏ  ନେଇ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ଦ୍ରୁତ ଗତିରେ ବଢ଼ୁଥିବା  ସାଇବର ଠକେଇକୁ ନଜରରେ ରଖି ଏଭଳି ସୁବିଧା ଆସିବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହେବ । ଫଳରେ ଓଟିପି  ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ  ସକ୍ଷମ ହେବେ ସରକାର । 

ବ୍ୟାଙ୍କିଙ୍ଗ ଏବଂ ରିଜର୍ଭେସନ  କ୍ଷେତ୍ରରେ ଓଟିପି ଲାଗି ଅପେକ୍ଷାକୃତ ଅଧିକ ସମୟ ଅପେକ୍ଷା  କରିବାକୁ ହେବ । ସବୁ ଟେଲିକମ କମ୍ପାନି ଏହାକୁ ଲାଗୁ  କରିବେ । ସାଇବର ଠକେଇରୁ ଲୋକଙ୍କୁ ରକ୍ଷା କରିବା ଲାଗି  ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଇ କହିଛି । ଏହା  ପୂର୍ବରୁ ଅକ୍ଟୋବର ଏବଂ ନଭେମ୍ବର ୩୧ ଏହାର ସମୟ ସୀମା  ରହିଥିଲା । ତେବେ ଟେଲିକମ କମ୍ପାନିଗୁଡିକ ଏ ନେଇ ପ୍ରସ୍ତୁତ  ହୋଇନଥିବାରୁ ସମୟ ସୀମାରେ ବୃଦ୍ଧି କରାଯାଇଥିଲା ।