ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାଇକ୍‌କୁ ଧକ୍କା ଦେଇ ଡିଭାଇଡର ଉପରକୁ ଚଢିଗଲା ଗୋରୁ ବୋଝେଇ ଟ୍ରେଲର, ୩୪ ଗୋରୁ ଉଦ୍ଧାର

Published By : Rasmita Pradhan | February 18, 2025 12:02 PM

ଭୁବନେଶ୍ଵର, ୧୮/୦୨ : କେନ୍ଦୁଝର ଜିଲ୍ଲା ୪୯ନଂ ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ନିକଟରେ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଇ ଡିଭାଇଡର ଉପରକୁ ଚଢିଗଲା ଗୋରୁ ବୋଝେଇ ଟ୍ରେଲର। ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଟ୍ରେଲରେ ଥିବା ଗୋରୁଙ୍କୁ ଉଦ୍ଧାର କରାଯାଇଛି। 

ସୂଚନାନୁଯାୟୀ, ସୋମବାର ରାତିରେ ତୁରୁମୁଙ୍ଗା ନିକଟରେ ଏକ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଧକ୍କା ଦେଇ ଏକ ଗୋରୁ ବୋଝେଇ ଟ୍ରେଲର ଡିଭାଇଡର ଉପରକୁ ଚଢି ଯାଇଛି। ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସେପଟେ ଟ୍ରେଲର ଭିତରେ ଥିବା ୩୪ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗୋଚାଲାଣ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଟ୍ରେଲର ଜବତ କରି ତଦନ୍ତ ଆରମ୍ଭ କରିଛି। ଗାଡି ଭିତରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳା ପଠାଯିବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ମାଫିଆ ଉତ୍ତର ପ୍ରଦେଶର ଏମ.ଡି ମହାସିନ, ଏବଂ ପଞ୍ଜାବର ରଣବୀର ସିଂ ଓ ଜସମେଲ ସିଂ।

ଏହି ଖବରଟିକୁ ପଢନ୍ତୁ-IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.