ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଜୟଙ୍କ ସ୍ପାଏ ଥ୍ରିଲର ‘କିଙ୍ଗଡମ୍‌’ର ଟ୍ରେଲର ରିଲିଜ୍‌, ଗୁଇନ୍ଦା ଭୂମିକାରେ ନଜର ଆସିଲେ ଅଭିନେତା

Published By : Krishna Priya | July 28, 2025 8:49 AM

ନୂଆଦିଲ୍ଲୀ ୨୮/୦୭: ତେଲଗୁ ସୁପରଷ୍ଟାର ବିଜୟ ଦେବେରକୋଣ୍ଡାଙ୍କ ବହୁ ପ୍ରତିକ୍ଷୀତ ସ୍ପାଏ ଥ୍ରିଲର ‘କିଙ୍ଗଡମ୍‌’ର ଟ୍ରେଲର ସାମ୍ନାକୁ ଆସିଛି । ତିରୁପତିରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ତାହା ଲଞ୍ଚ୍‌ ହୋଇଛି । ବିଜୟ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡଲରେ ମଧ୍ୟ ତାକୁ ପୋଷ୍ଟ କରିଛନ୍ତି । ସେଥିରେ ତାଙ୍କୁ ଦମ୍‌ଦାର ଆକ୍ସନରେ ଦେଖିବାକୁ ମିଳୁଛି । ‘କିଙ୍ଗଡମ୍‌’ରେ ସେ ଜଣେ ଗୁଇନ୍ଦା ଭୂମିକା ନିର୍ବାହ କରୁଛନ୍ତି । ତାଙ୍କୁ ଏକ ବିପଜ୍ଜନକ ମିଶନରେ ବିଦେଶର ଏକ ଜେଲ୍‌କୁ ପଠାଯାଇଛି । ସେଠାରେ ସେ ଯନ୍ତ୍ରଣା ସହି କିପରି ସେଠାକାର ଲୋକଙ୍କୁ ବଞ୍ଚାଉଛନ୍ତି ଏବଂ ସେମାନଙ୍କ ଲାଗି ରାଜା ସମାନ ହୋଇଯାଉଛନ୍ତି ତାହା ଫିଲ୍ମର ବିଷୟବସ୍ତୁ ।

‘ଜର୍ସି’ର ନିର୍ଦ୍ଦେଶନା ଦେଇଥିବା ଗୌତମ ତିନ୍ନାନୁରୀ ‘କିଙ୍ଗଡମ୍‌’ର ନିର୍ଦ୍ଦେଶନାରେ ଅଛନ୍ତି । ଏସ୍‌ ନାଗା ବାମ୍‌ସି ଏହାର ପ୍ରଯୋଜନା କରିଛନ୍ତି । ବିଜୟଙ୍କ ସହିତ ଏଥିରେ ଭାଗ୍ୟଶ୍ରୀ ବୋରସେଙ୍କ ଯୋଡି଼କୁ ଦେଖିବାକୁ ମିଳିବ । ସତ୍ୟଦେବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ । ଫିଲ୍ମଟି ଗତ ମାର୍ଚ୍ଚରେ ରିଲିଜ୍‌ ହେବାର ଥିଲା । କିନ୍ତୁ ପ୍ରଡକ୍ସନ୍‌ରେ ବିଳମ୍ବ ଯୋଗୁ ତାହା ଆଗାମୀ ୩୧ରେ ରିଲିଜ୍‌ ହେବ । ହିନ୍ଦୀ ବ୍ୟତୀତ ଅନ୍ୟ ୪ଟି ପ୍ରମୁଖ ଦକ୍ଷିଣ ଭାରତୀୟ ଭାଷାରେ ତାହା ‘ସାମ୍ରାଜ୍ୟ’ ନାମରେ ମୁକ୍ତିଲାଭ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.