ପ୍ରମୂଖ ଖବର
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ଼

Published By : Prameya | May 17, 2025 11:17 PM

ରାଉଲକେଲା,୧୭।୫ :  ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼। ଦର୍ଜିଙ୍କ ଛୁରାମାଡରେ ଅନ୍ୟ ଜଣେ ଦର୍ଜି ଗୁରୁତର ହୋଇଛନ୍ତି। ଗୁରୁତର ଦର୍ଜି ଦୋକାନୀ ଜଣକ ହେଲେ ରବୀନ୍ଦ୍ର ବାରିକ ।

ଦୋକାନରେ ରବୀନ୍ଦ୍ର ବସି କାମ କରୁଥିବା ବେଳେ ଅନ୍ୟ ଜଣେ ଦର୍ଜି ତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଆଇଜିଏଚ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇ ହୋଇଥିବା ସୂଚନା ମିଳିଛି। ଆକ୍ରମଣକରୀକୁ ଧରିବା ଲାଗି ପୋଲିସ ଚଢ଼ାଉ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.