ହରଭଙ୍ଗା, ୩।୧୨ : ବୌଦ୍ଧ ଜ଼ିଲ୍ଲାର ଭୌଗଳିକ ସ୍ଥିତି ଅନୁସାରେ ୬୨ ପ୍ରତିଶତ ଉଚ୍ଚ ଓ ପାହାଡିଆ ଜମିରେ ପୂର୍ଣ୍ଣ ଅଛି l ତତ ସଙ୍ଗେ ସଙ୍ଗେ ଧାନ ଫସଲ ଦ୍ୱାରା ଚାଷୀର ଆୟ ସୀମିତ ରହିଛି l ଚାଷୀର ଆୟକୁ ବଢ଼ାଇବା ପାଇଁ ସରକାର ତୈଳଵୀଜ ଫସଲ କରିବା ପାଇଁ ଯୋଜନା କରିଛନ୍ତି l ବୁଧବାର ତୈଳବୀଜ ଫସଲକୁ ଅଗ୍ରାଧିକାର ଦେଇ କାନପୁର, ଜିରାଡ଼, ଜୟପୁର, ପିତାମ୍ବରପୁର ଗ୍ରାମର ୨୦ ଏକର ସୋରିଷ ଚାଷ କରିବା ପାଇଁ ବିହନ ବଣ୍ଟନ କରାଯାଇଛି l ପାଲଝlର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ତପନ କୁମାର ଦାସଙ୍କ ଉପସ୍ଥିତିରେ ପଲ୍ଲୀ ବିକାଶ କୃଷକ ଉତ୍ପାଦକ ସଂଗଠନ ସହଯୋଗରେ ଏହା ବଣ୍ଟନ କରାଯାଇଛି।

ଚାଷୀମାନଙ୍କର ବିଭିନ୍ନ, ଦ୍ୱନ୍ଦ୍ୱ, ପ୍ରଶ୍ନ, ସମସ୍ୟାକୁ ବୈଜ୍ଞାନିକ ଡ଼. ମୟୂରୀ ସିଂ ସର୍ଦ୍ଦାର, ବୈଜ୍ଞାନିକ ଡ଼. ସସ୍ମିତା ପାଲ, କ୍ଷେତ୍ର ବିଜ୍ଞାନର ବୈଜ୍ଞାନିକ ଡ଼. କବିତା ମିଶ୍ର ବୁଝାଇ ଥିଲେ l ବିହନରୁ ସାତ ଦିନ ମଧ୍ୟରେ ଚାରା ହେଲା ପରେ ସୋରିଷ ଚାଷର ରୋଗ, ପୋକ ଓ ସମସ୍ୟା ତଥା ସୁବିଧା ଅସୁବିଧା ବିଷୟରେ ସମସ୍ତ ଚାଷୀଙ୍କୁ କ୍ଷେତ୍ର ପରିଦର୍ଶନରେ ଆସି ତାଲିମ ଦେବୁ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ପ୍ରକାଶ କରିଥିଲେ l

ସରକାରଙ୍କର ଯଦି ଏଭଳି ବିଭିନ୍ନ ଯୋଜନା କୁ ଆଗାମୀ ଦିନରେ ସରକାରୀ କର୍ମଚାରୀ ଚାଷୀ ଙ୍କୁ ନେଇ କ୍ରିୟାନ୍ଵୟନ କଲେ ଚାଷୀ ଆଉ ଦାଦନ ଯିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା l