କଟକ,୨/୯ : କଟକ ଜିଲ୍ଲା ସାଲେପୁର ଥାନା ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗ୍ରାମରେ ପାରିବାରିକ କଳହରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଥିବା ମହିଳା ତିଳୋତ୍ତମା ରାଉତଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏସସିବିରେ ଚିକିତ୍ସା ଚାଲିଥିବାବେଳେ ଆଜି ସନ୍ଧ୍ୟାରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଓ ବିଜେଡି କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସିଂ ପହଞ୍ଚି ମହିଳାଙ୍କୁ ଭେଟିଥିଲେ।
ଏହାସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ତେବେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଶରୀରର ୭୦ପ୍ରତିଶତ ଅଂଶ ପୋଡ଼ି ଯାଇଛି । ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ସରକାର କିଭଳି ବହନ କରିବେ ସେ ନେଇ ସରକାରଙ୍କ ନିକଟରେ ଦାବି କରିବେ ବୋଲି କହିଛନ୍ତି ବିଧାୟକ।