ପ୍ରମୂଖ ଖବର
  • କୋରାପୁଟ : ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨ ଛାତ୍ର ଗିରଫ, ୪୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ
  • ||
  • ନିମାପଡ଼ା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଗଞ୍ଜାମ : ୩୩ କେଭି ତାର ସହ ଏଲଟି ଲାଇନର ତ୍ରୁଟି ପୂର୍ଣ୍ଣ ସଂଯୋଗ, ଜଳିଗଲା ୮ରୁ ଉର୍ଦ୍ଧ୍ୱ ଘରର ବିତ୍ୟୁତ ସରଞ୍ଜାମ
  • ||
  • ପୁରୀ : ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ
  • ||
  • ପୁରୀରେ ପୋଲିସ ଆଇନ ୩୦ ଧାରା ୯୦ ଦିନ ପର୍ଯ୍ୟନ୍ତ ବଳବତ୍ତର
  • ||
  • ପୁରୀ : କୁମ୍ଭକାର ଶାଳରେ କୁରାଳ ପଞ୍ଚମୀ ପୂଜାର୍ଚ୍ଚନା
  • ||
  • ସଂସଦରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୧୨ଟା ଯାଏ ଲୋକସଭା ମୁଲତବୀ
  • ||
  • 'ମୁଁ ରାଜ୍ୟସଭା ରେସ୍‌ରେ ଆଦୌ ନାହିଁ, ଏ ଚର୍ଚ୍ଚା କପୋଳକଳ୍ପିତ'...
  • ||
  • ଚଣ୍ଡିଖୋଲ : ଦୋକାନ ଉପରେ ମାଡ଼ି ଗଲା ଟ୍ରକ୍‌, ୨ ଆହତ
  • ||
  • ଝାରସୁଗୁଡ଼ା : ବାପାକୁ ଚାପୁଡ଼ା ମାରିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲା ପୁଅ, ୨ ଅଟକ
  • ||
  • ସମ୍ବଲପୁର: ଭିଜିଲାନ୍ସ ଜାଲରେ ଏସିଏଫ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍
  • ||
  • ଘନ କୁହୁଡି ବଳୟରେ ସୂର୍ଯ୍ୟ ମନ୍ଦିର, କାରୁକାର୍ଯ୍ୟ ଦେଖିବାରୁ ପର୍ଯ୍ୟଟକ ବଞ୍ଚିତ
  • ||
  • ବାରଙ୍ଗ ପୁଅ ବୋହୂ ପୋଡ଼ି ଘଟଣା: ୫ ଦିନ ଜୀବନ ମରଣ ସହ ସଙ୍ଘର୍ଷ ପରେ ଆଖି ବୁଜିଲା ପୁଅ
  • ||
  • ପୁରୀ: ଶନିବାର ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ: ଘୋଡ଼ ପ୍ରସ୍ତୁତି ଶେଷ, ଆଜି ଅଧିବାସ ନୀତି
  • ||
  • ଶିମିଳିପାଳରୁ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୨ ଅଭିଯୁକ୍ତ ଗିରଫ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଫେରିଛି ଶୀତ, ନିଆଁ ଜାଳି ଥଣ୍ଡାରୁ ରକ୍ଷା ପାଉଛନ୍ତି ଲୋକେ
  • ||
  • ବଡ଼ଧରଣର ଭୂକମ୍ପରେ ଥରିଲା ଉତ୍ତର କାଲିଫର୍ଣ୍ଣିଆ, ରିକ୍ଟର ସ୍କେଲରେ ତୀବ୍ରତା ୭.୦, ସୁନାମୀ ଆଲର୍ଟ
  • ||
  • ଆସନ୍ତା ୧୧ ଯାଏ ରାଜ୍ୟରେ ଶୀତ କମ୍‌,୧୨ରୁ ସାମାନ୍ୟ ବଢ଼ିବ ଜାଡ଼: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଆଶଙ୍କା
  • ||

ଫେଲ୍ ମାରିଛି ସରକାରୀ ଯୋଜନା, ମୁଖ୍ୟସ୍ରୋତକୁ ଆସୁନାହାନ୍ତି କିନ୍ନର

ଭୁବନେଶ୍ବର,୩୦/୧୧: କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା କଲେ । ଏଥିରୁ ଅଧା ବୋଝ ବିଏମ୍‌ସି ମୁଣ୍ଡକୁ ନେଲା । କେଉଁଠି ଟିକଟ୍‌ କାଟିବା ଲାଗି ତ କେଉଁଠି ବିଏମ୍‌ସି ଗାଡ଼ିରେ ବୁଲି ଅଳିଆ ଉଠାଇବା ଲାଗି ବିଭିନ୍ନ ଉପାୟରେ କିନ୍ନରମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଗଲା । କିନ୍ତୁ କିଛି କାମ କଲାନି । ନିଜ ପାରମ୍ପରିକ ଆୟରୁ ରୋଜଗାର କମିଯିବା ଫଳରେ ଆଉ ମୁଖ୍ୟ ସ୍ରୋତକୁ ଆସିଲେନାହିଁ କିନ୍ନର । ଅନେକ କିନ୍ନର ସହଜ ସୁବିଧା ବାଟ ଆପଣାଇଲେ । ଏଥିରେ ନକଲି କିନ୍ନର ବି ସାମିଲ ହେଲେ । ଏବେ ସ୍ଥିତି ଏମିତି ଯେ ଅସଲି କିନ୍ନରଙ୍କ ହକ୍‌ ନକଲି କିନ୍ନର ପାଇବାରେ ସଫଳ ହେଉଛନ୍ତି ।

ଭୁବନେଶ୍ୱରରେ ୨୦୧୩ରୁ ୨୦୧୬ଯାଏ ଆରପି ଶର୍ମା କମିଶନରେଟ୍‌ ପୁଲିସ ଦାୟିତ୍ୱରେ ଥିବାବେଳେ ‘ନକଲି କିନ୍ନର ହଟାଓ’ ଅଭିଯାନ ଆରମ୍ଭ କରିଥିଲେ । ପ୍ରତି ଥାନାର ଆଇଆଇସିଙ୍କ ନେତୃତ୍ୱରେ ପାଖାପାଖି ୬ଜଣ କିନ୍ନରଙ୍କୁ ଏହି ଅଭିଯାନରେ ସାମିଲ କରାଗଲା । ରାତିରେ ବୁଲି ଏମାନେ କିନ୍ନରମାନଙ୍କୁ ଚିହ୍ନଟ କରୁଥିଲେ । ଯାହାଫଳରେ ନକଲି କିନ୍ନରଙ୍କ ଡର ରହୁଥିଲା । କିନ୍ତୁ ଶ୍ରୀ ଶର୍ମାଙ୍କ ବଦଳି ପରେ ଏହି ଅଭିଯାନ ଥଣ୍ଡା ପଡ଼ିଗଲା ବୋଲି କୁହନ୍ତି କିନ୍ନର ମହାସଂଘର ସଭାପତି ପ୍ରତାପ ସାହୁ । ଓଡ଼ିଶା କିନ୍ନର ମହାସଂଘ ପକ୍ଷରୁ ୨୦୧୧ରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ପାଖାପାଖି ୮ହଜାରରୁ ଅଧିକ କିନ୍ନର ଅଛନ୍ତି । ସେଥିରୁ ଭୁବନେଶ୍ୱରରେ ପାଖାପାଖି ୮୦୦ରୁ ଅଧିକ କିନ୍ନର ଅଛନ୍ତି । କିନ୍ନରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । 

କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ "ସ୍ୱୀକୃତି' ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । କିନ୍ନରମାନଙ୍କ ପାଠପଢ଼ା ପାଇଁ ସରକାରଙ୍କ ପକ୍ଷରୁ ପ୍ରାକ୍‌-ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଶିକ୍ଷାବୃତ୍ତି ପରିମାଣ ମାସିକ ୧ହଜାର ଟଙ୍କାରୁ ୩ହଜାର ଟଙ୍କା ରହିଛି । ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନରେ ସେମାନଙ୍କ ପାଇଁ ଛାତ୍ରାବାସର ସୁବିଧା ମଧ୍ୟ କରାଯାଇଛି । ଛାତ୍ରାବାସରେ ରହୁଥିବା ପ୍ରତି କିନ୍ନରଙ୍କୁ ଉପକରଣ କ୍ରୟ ପାଇଁ ଏକକାଳୀନ ପାଠପଢ଼ା ଶେଷ ଯାଏ ୧୫ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସଂପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସୁପାରିସକୁ ଭିତ୍ତିକରି ପ୍ରତି କିନ୍ନରଙ୍କୁ ମାସିକ ୩ହଜାର ଟଙ୍କା ଛାତ୍ରାବାସ ଖର୍ଚ୍ଚ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଖାଲି ସେତିକି ନୁହେଁ, କିନ୍ନରମାନଙ୍କ ଆର୍ଥିକ ନିର୍ଭରତା ବୃଦ୍ଧି ଉଦ୍ଦେଶ୍ୟରେ ଉଦ୍ୟୋଗ ଆରମ୍ଭ କରି ଆତ୍ମନିଯୁକ୍ତି ଭିତ୍ତିକ ରୋଜଗାର ପାଇଁ ସରକାରୀ ସହାୟତା ପ୍ରଦାନର ବ୍ୟବସ୍ଥା ହୋଇଛି । ପଞ୍ଜିକୃତ କିନ୍ନର ଉଦ୍ୟୋଗୀଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ।

କିନ୍ନର ଉଦ୍ୟୋଗୀମାନେ ଦଳଗତ ଭାବେ କୌଣସି ପ୍ରକଳ୍ପ ଆରମ୍ଭ କଲେ ସେମାନଙ୍କୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ନରମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କୌଣସି ଆୟକାରୀ ପ୍ରକଳ୍ପ ଆରମ୍ଭ କଲେ, ସେହି ଗୋଷ୍ଠୀଙ୍କୁ ମଧ୍ୟ ଏକକାଳୀନ ୧.୨୫ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରିଥିଲେ । କିନ୍ତୁ ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ତା'ର ଖବର କାହା ପାଖରେ ନାହିଁ । ଏତେ ସବୁ ସୁବିଧା ଥିବା ସତ୍ତେ୍ୱ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉନାହାନ୍ତି । ସହଜ ଉପାୟରେ କେମିତି ରୋଜଗାର କରିହେବ ଚିନ୍ତା କରୁଛନ୍ତି ଅଧିକାଂଶ କିନ୍ନର । ଦିନରେ ଛକମାନଙ୍କରେ ଠିଆ ହୋଇ ଭିକ୍ଷାବୃତ୍ତି କରିବା ଓ ରାତିରେ ନିଛାଟିଆ ଜାଗାରେ ଅଭିସାରିକା ସାଜି ଲୋକଙ୍କୁ ଆକର୍ଷିତ କରିବା ହେଉଛି ଏମାନଙ୍କ ପାଇଁ ସହଜ ଆୟର ଉତ୍ସ । ତେବେ ଏଥିଯୋଗୁ ଅନେକ ସମୟରେ ଏମାନେ ଲୋକଙ୍କ ଆକ୍ରୋଶ ଏବଂ ପୁଲିସ ଜୁଲମର ଶିକାର ହେବାକୁ ବି ପଡ଼ିଥାଏ । ତଥାପି ସରକାରୀ ସୁବିଧାସୁଯୋଗର ଫାଇଦା ନେବାରେ କିନ୍ନରମାନେ ସଫଳ ହେଉ ନାହାନ୍ତି ।

କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ବିଏମ୍‌ସିର ଅଳିଆ ଗାଡିରେ ବୁଲିବା ପାଇଁ ୧୦ଜଣ କିନ୍ନରଙ୍କୁ ସାମିଲ କରାଯାଇଥିଲା । କିଛିଦିନ କିନ୍ନରମାନେ ବୁଲିଲେ । କିନ୍ତୁ ତାଙ୍କୁ ସେହି ପରିମାଣରେ ଅର୍ଥ ମିଳିଲା ନାହିଁ । ବିଏମ୍‌ସି ପାର୍କିଂ ଆଦାୟରେ ମଧ୍ୟ କିନ୍ନରମାନଙ୍କୁ ସାମିଲ କରିଥିଲା । ଏ ବାବଦକୁ ଏମାନଙ୍କୁ ୧୦ହଜାର ନଦେଇ ବହୁ କମ୍‌ ଟଙ୍କାରେ ଅନ୍ୟ ପିଲାଙ୍କୁ ରଖିଦେଲେ, ଯେଉଁଥିପାଇଁ କିନ୍ନରମାନେ ବାହାରି ଗଲେ ବୋଲି କହିଛନ୍ତି କିନ୍ନର ମହାସଂଘ ସଭାପତି ପ୍ରତାପ ସାହୁ ।

ପୂର୍ବ ସରକାର ଯେଉଁ କାମ ଦେଇଥିଲେ ଏବେର ସରକାର ସେହି କାମ ଛଡାଇ ନେଉଛନ୍ତି । ବହୁ ସ୍ଥାନରେ ଆମ ପିଲା ସପୋର୍ଟ ଷ୍ଟାଫର କାମ କରୁଥିଲେ । ଏବେ ତାଙ୍କୁ କାଢ଼ି ଦିଆଯାଉଛି । ଏବେ ବି ଆମକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଡ ଆଖିରେ ଚାହୁଁଛନ୍ତି । ବସ୍‌ରେ ଗଲେ ସିଟ୍‌ ମିଳୁନାହିଁ ବୋଲି କହିଛନ୍ତି କିନ୍ନର ମେଘନା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.