ଚନ୍ଦ୍ରଶେଖରପୁର,୧୮/୧୧: ରାଜ୍ୟର ଅଗ୍ରଣୀ ହୋଣ୍ଡା ୨ ଚକିଆ ଡିଲର  ଗୁଗନାନୀ ମୋଟର୍ସ, ପଟିଆ ହୋଣ୍ଡା ବିଙ୍ଗ୍‌  ୱିଙ୍ଗ୍‌ ଠାରେ ବହୁ ପ୍ରତିକ୍ଷୀତ ପ୍ରିମିୟମ  ଟ୍ରାନ୍‌ସ୍ଲାପ୍‌ ୭୫୦ ବାଇକ୍‌ର ଉନ୍ମୋଚନ  କରାଯାଇଛି । ଏହା ସହ ହୋଣ୍ଡା ସିବି  ୩୫୦ର ପ୍ରଥମ ବାର୍ଷିକୋତ୍ସବ ମଧ୍ୟ ପାଳନ କରାଯାଇଛି । ଏହି ଅବସରରେ  ହୋଣ୍ଡା ବିଗ୍‌ ୱିଙ୍ଗ୍‌ ପୂର୍ବାଞ୍ଚଳର ଏରିଆ  ଇନ୍‌ଚାର୍ଜ ସ୍ନେହାଶିଷ ପାଣିଗ୍ରାହୀ ଏବଂ  ଗୁଗ୍‌ନାନୀ ହୋଣ୍ଡାର ପରିଚାଳନା  ନିର୍ଦ୍ଦେଶକ ୟସ୍‌ନୀତ ଗୁଗନାନୀ ଉପସ୍ଥିତ  ଥିଲେ । ଏହି ଅବସରରେ ଅଭିନେତା  ଶୁଭାଶିଷ ନାଥ ଶର୍ମାଙ୍କ ସମେତ ୧୦୦ରୁ  ଊର୍ଦ୍ଧ୍ୱ ସୋ ରୁମ୍‌ ପୃଷ୍ଠପୋଷକ ଏଥିରେ  ଯୋଗ ଦେଇଥିଲେ । 

୧୧.୫ ଲକ୍ଷ ମୂଲ୍ୟରୁ ଆରମ୍ଭ  ହୋଇଥିବା ଟ୍ରାନ୍‌ସ୍ଲାପ୍‌ ୭୫୦ ବାଇକ ଏକ ଅଦ୍ଭୁତ  ରୋମାଞ୍ଚକର ବାଇକ ଯାହାର ୭୫୫ ସିସି ପାରାଲାଲ ଟ୍ୱିନ୍‌ ଇଞ୍ଜିନ୍‌ ରହିଛି । ଏହା ୯୨ ହର୍ସପାୱାର ଓ ୭୫  ଏନ୍‌ଏମ୍‌ ଟର୍କ ପାୱାର ସହ ଡିଜାଇନ୍‌ ହୋଇଛି । ୫  ଇଞ୍ଚର ଟିଏଫ୍‌ଟି ଡିସ୍‌ପ୍ଲେ , ବିଭିନ୍ନ ରାଇଡିଂ ମୋଡ୍‌,  ଟ୍ରାକ୍ସନ କଣ୍ଟ୍ରୋଲ ସହ ଷ୍ଟାଇଲିସ୍‌ ଡିଜାଇନ୍‌ ହେଉଛି  ଏହାର ପ୍ରମୁଖ ବୈଶିଷ୍ଟ୍ୟ ଯାହା ଉଭୟ ଅଫ୍‌ ରୋଡ୍‌  ଓ ସହରୀ ଗଳି ପାଇଁ ଉପଯୋଗୀ । ୨.୧୦ ଲକ୍ଷ  ମୂଲ୍ୟରୁ ଆରମ୍ଭ ହୋଇଥିବା ସିଙ୍ଗଲ-ସିଲିଣ୍ଡର  ଇଞ୍ଜିନ୍‌, ରେଟ୍ରୋ-ମର୍ଡେନ ଡିଜାଇନ୍‌, କଟିଂ ଏଜ୍‌  ଟେକ୍ନୋଲୋଜି, ଡୁଆଲ -ଚ୍ୟାନେଲ ଏବିଏସ୍‌ , ବ୍ଲୁ  ଟୁଥ୍‌ ସହ ଆରାମଦାୟକ ହୋଣ୍ଡା ସିବି ୩୫୦ର  ପ୍ରଥମ ବର୍ଷ ପୂର୍ତ୍ତୀ ଅବସରରେ ଏହାର ବର୍ଣ୍ଣନା  କରାଯାଇଥିଲା । ରାଜ୍ୟରେ ବାଇକ ଚାଳକମାନଙ୍କ  ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟତା ଅର୍ଜନ କରିପାରିଛି  ବୋଲି ସୋ ରୁମ୍‌ ପକ୍ଷରୁ କୁହାଯାଇଥିଲା