ହରଭଙ୍ଗା,୧୫।୦୨ :ବୌଦ୍ଧର ଧଳପୁରଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କର ପ୍ରଶସ୍ତିକରଣ ପାଇଁ ଚାଲିଛି ଗଛକଟା। ଉଚ୍ଚମାନର ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାସ୍ତାର ଉଭୟପାର୍ଶ୍ୱରେ ଥିବା ବଡ଼ ବଡ଼ ଆମ୍ବ, ଲିମ୍ବ, ସିସିପା ଭଳି ମୂଲ୍ୟବାନ ଗଛକଟ ଚାଲିଛି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ସମୟରେ ଗଛକଟାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।   ଗୋଟିଏ ପଟେ ଯାତାୟାତ ସୁବିଧା ଓ ବିକାଶ କାର୍ଯ୍ୟକୁ ନେଇ ଲୋକେ ସ୍ୱାଗତ କରୁଥିବା ବେଳେ, ଅନ୍ୟପଟେ ପୁରୁଣା ଓ ଛାୟାଦାୟୀ ଗଛ ବଳି ପଡ଼ୁଥିବାରୁ ପରିବେଶ ଉପରେ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ କରୁଛନ୍ତି।

ଆହୁରି ପଢନ୍ତୁ- ଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ,ମହିଳା ଭକ୍ତ ଅସୁସ୍ଥ
ସ୍ଥାନୀୟ ବାସିନ୍ଦା ଓ ପରିବେଶ ପ୍ରେମୀମାନେ କଟାଯାଉଥିବା ଗଛର ବଦଳରେ ଯଥାଶୀଘ୍ର ପୁନଃବନସ୍ତାପନ କରାଯିବାକୁ ଦାବି କରିଛନ୍ତି। ଏହାସହ ରାସ୍ତା ଉଭୟ ପାର୍ଶ୍ୱରେ ଛାୟା ସହ ଓ ଫଳ ଗଛ ଲଗାଯିବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଏନେଇ ବୌଦ୍ଧ ଜିଲ୍ଲା ଡିଏଫଓ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ୧୫୪୮ ଗଛ କଟାଯାଉଛି, ତାହାର ଦୁଇଗୁଣା ଗଛ ଲଗାଯିବ। ନିର୍ମାଣ କାର୍ଯ୍ୟ ସହିତ ପରିବେଶ ସନ୍ତୁଳନ ରକ୍ଷାକୁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

​​​​​​​

ରାଜ୍ୟ ପୁର୍ତ୍ତବିଭାଗ ପକ୍ଷରୁ  ଧଳପୁର-ହରଭଙ୍ଗା  ପୂର୍ତ୍ତ ରାସ୍ତା ୧୩ କି. ମି ରାସ୍ତା ନିର୍ମାଣ ପାଇଁ ୯୪ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ରାସ୍ତା ନିର୍ମାଣ ପୂର୍ବରୁ ଗଛ କଟା ଓ ଇଲେକ୍ଟ୍ରି ପୋଲ ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲୁ ରହିଛି ବୋଲି ବୌଦ୍ଧ ପୂର୍ତ୍ତ ବିଭାଗ ର ଅଧୀକ୍ଷଣ ଯନ୍ତ୍ରୀ ଇଂ ସନ୍ଦୀପ କୁମାର ଛୁଆଳସିଂହ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଏଇ ରାସ୍ତା ଟି ଲୋ ଲେଭେଲ ରେ ଥିବା ରୁ ବନ୍ୟା ଜଳ ପ୍ରଭାବିତ ହୁଏ ଯାହା ଫଳରେ ଗମନାଗମନ ବିଛିନ୍ନ ହୋଇଥାଏ । ଏଣୁ ଏଇ ରାସ୍ତା କୁ ଉଚ୍ଚ ସମ୍ପୂର୍ଣ୍ଣ ରାସ୍ତା ନିର୍ମାଣ କରା ଯିବା ର ବ୍ୟବସ୍ଥା କରାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି ।