ଫିରିଙ୍ଗିଆ,୧୫/୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏର ମାଣ୍ଡୁ ଅଂଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ପବନ ବର୍ଷା ହେବା ଫଳରେ ଗଛ ପଡ଼ି ବିଦ୍ୟାଳୟ ପାଚେରୀ ଓ ଗେଟ୍ ଭାଙ୍ଗି ଯାଇଥିବା ସୂଚନା ମିଳିଛି l
ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟରେ କୁଏର ମାଣ୍ଡୁ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବର୍ଷା ଓ ଘଡ ଘଡି ହୋଇଥିଲା। ପ୍ରବଳ ବର୍ଷା ପବନରେ ଅଞ୍ଚଳରେ ଗଛ ପଡ଼ି ଥିବା ବେଳେ କୁଏର ମାଣ୍ଡୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବିରାଟ କୃଷ୍ଣ ଚୁଡା ଗଛ ପଡ଼ି ଯିବାରୁ ବିଦ୍ୟାଳୟ ପାଚେରୀ ଏବଂ ଗେଟ୍ ଭାଙ୍ଗି ନଷ୍ଟ ହୋଇଯାଇଛି। ବର୍ଷାରେ ଅଧିକାଂଶ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ବେଳେ ଅଧିକାଂଶ ଜାଗାରେ ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସରବରାହ ବନ୍ଦ ରହିଛି l