ପୁରୀ,୨୦/୧୧ ; କାର୍ଯ୍ୟାବଳୀରେ ସ୍ବଛତା, ସରକାରୀ ଅର୍ଥର ସଠିକ୍ ବିନିଯୋଗ, ବିନିଯୋଗ ପ୍ରମାଣପତ୍ରର ଯାଞ୍ଚ ବା ତନଖି ଦ୍ଵାରା ବ୍ୟବସ୍ଥାର ସଠିକତା ଅବଗତ କରାଯାଏ । ସେଥିପାଇଁ ବିଭିନ୍ନ ସମୟରେ ଟ୍ରାଙ୍ଗୁଲାର କମିଟି ବୈଠକ ବିଭିନ୍ନ ଜିଲ୍ଲାରେ ଆୟୋଜନ ହୋଇଥାଏ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତର ଅତିରିକ୍ତ ସଚିବ ଦେବାଶିଷ ପଟ୍ଟନାୟକ ।
ଆଜି ପୂର୍ବାହ୍ନରେ ସର୍କିଟ ହାଉସଠାରେ ବୋର୍ଡ଼ ଅଫ ରେଭିନ୍ୟୁ ବା ରାଜସ୍ଵ ପର୍ଷଦ ପକ୍ଷରୁ ଦୁଇ ଦିନିଆ ଟ୍ରାଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟର ତତ୍ତ୍ବାବଧାନ ପାଇଁ ଶ୍ରୀ ପଟ୍ଟନାୟକଙ୍କ ସହ ରାଜସ୍ଵ ପର୍ଷଦର ଯୁଗ୍ମ ସଚିବ ବସନ୍ତ କୁମାର ସେଠୀ ନିୟୋଜିତ ରହିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ପ୍ରମୁଖ ଯୋଗଦେଇ ଆପତ୍ତି ଥିବା ପାରା ଗୁଡ଼ିକର ସଠିକ କମ୍ପ୍ଲିଆନ୍ସ ପ୍ରଦାନ ସହ ଯେଉଁଠାରେ ସମସ୍ୟା ରହୁଛି ତାହାର ସମାଧାନ ପାଇଁ ଅଡ଼ିଟରେ ଆସିଥିବା ଅଧିକାରୀମାନଙ୍କ ସହାୟତା ଓ ପରାମର୍ଶ ନେବାକୁ ପରାମର୍ଶ ଦେଇଥିଲେ । ରାଜସ୍ଵ ପର୍ଷଦର ଅଡ଼ିଟ ସୁପରିଣ୍ଟେଣ୍ଡାଣ୍ଟ ସଞ୍ଜିତ କୁମାର କୁଅଁର, ଗିରିଶଚନ୍ଦ୍ର ସୋରେନ, ପ୍ରମୋଦ କୁମାର ସାମଲ ପ୍ରମୁଖ ଅଡ଼ିଟରେ ସହଯୋଗ କରିଥିଲେ।
ବୈଠକରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରଶାନ୍ତ ଜେନା, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ, ରଶ୍ମିରଞ୍ଜନ ବିଶ୍ବାଳ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ତହସିଲଦାର ଓ କର୍ମଚାରୀ ଏଥିରେ ଯୋଗଦେଇ କମ୍ପ୍ଲିଆନ୍ସ ରିପୋର୍ଟ ପ୍ରଦାନ କରିଥିଲେ।