ଦେବଗଡ଼ ,୧୪/୦୩: ଗରିଆପାଲି ଟ୍ରିପଲ ମର୍ଡ଼ର ଘଟଣା। ଅଭିଯୁକ୍ତ ରମେଶ ଗରିଆକୁ ଠାବ କଲେ ଗ୍ରାମବାସୀ। ଗାଁ ନିକଟସ୍ଥ ପାଣିଟାଙ୍କି ଉପରେ ଲୁଚିଥିଲା ରମେଶ। ଅଭିଯୁକ୍ତ ରମେଶଙ୍କୁ ଚାରିପୁଟ ଘେରିଛନ୍ତି ଗ୍ରାମବାସୀ । ୨ ଦିନ ଧରି ବିଭତ୍ସ୍ୟ ହତ୍ୟାକାଣ୍ଡ ପରେ ଫେରାର ଥିଲା ଅଭିଯୁକ୍ତ । ଧରାଇବା ପାଇଁ ପୁଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।ଶେଷରେ ପୁଲିସ ହାବୁଡ଼ରେ ପଡ଼ିଛି ଟ୍ରିପଲ ମର୍ଡରର ଅଭିଯୁକ୍ତ ।

ମାର୍ଚ୍ଚ ୧୧ ତାରିଖରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିଲା ହୃଦୟ ବିଦାରକ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି କରି ୫୦ ବର୍ଷୀୟ  ରମେଶ ଗରିଆ ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ବୋହୂ ବିରୋଧ କରିବାରୁ ତାକୁ ବି ହତ୍ୟା କରିଥିଲା ଅଭିଯୁକ୍ତ । ଏହି ଘଟଣାକ୍ରମରେ ଚାରି ବର୍ଷର ନାତୁଣୀ ମଧ୍ୟ ଆଖିବୁଜିଥିଲା । ସମସ୍ତଙ୍କୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିଲା ଅଭିଯୁକ୍ତ ରମେଶ ଗରିଆ। ଦେଖଣାହାରୀଙ୍କ କହିବାନୁସାରେ, ରମେଶଙ୍କୁ ସମସ୍ତେ ନେହୁରା ହୋଇଥିଲେ ଏପରି ଅମାବନୀୟ କାମ ନକରିବା ପାଇଁ, ହେଲେ ସେ କାହାରି ନେହୁରା ଶୁଣିନଥିଲେ । ଏମିତି କି ଛୋଟ ନାତୁଣୀ ବି ଛାଡ଼ିଦେବାକୁ ନେହୁରା ହୋଇଥିଲା ।

ଆହୁରି ପଢନ୍ତୁ-ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟସଭା ଭୋଟିଂ ଉପରେ ହେବ ମାନସ ମନ୍ଥନ
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଦୁଇ ପୁଅ ଧିରେନ ଓ ଭୁବନ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ସୁନାର ସଂସାର ଛାରଖାର ହୋଇଯାଇଥିଲା । ଘଟଣା ସଂପର୍କରେ କୁଣ୍ଢେଇଗୋଳା ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଅଭିଯୁକ୍ତକୁ ଧରିବା ଫେଲ୍ ମାରିଥିଲା ପୁଲିସ । ଦୁଇ ଦିନ ଧରି ପୁଲିସକୁ ଚକ୍ମା ଦେଇଥିବା ଅଭିଯୁକ୍ତ ଶନିବାର ଦିନ ଗାଁ ପାଖରେ ଥିବା ପାଣି ଟାଙ୍କି ଉପରେ ଅଭିଯୁକ୍ତ ବସିଥିବାର ଦେଖିଥିଲେ ଗାଁ ଲୋକେ । ଏହାପରେ ଗାଁ ଲୋକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ପୁଲିସର ମିଳିତ ଚେଷ୍ଟାରେ ଅଭିଯୁକ୍ତକୁ ଉଦ୍ଧାର କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ପୁଲିସ ହେପାଜତକୁ ନେଇଛି।