ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଅପରେସନ ସିନ୍ଦୂରର ସଫଳତା ପରେ କେନ୍ଦୁଝର ଜିଲ୍ଲା ବିଜେପିର ବିଶାଳ ତ୍ରିରଙ୍ଗା ପଦଯାତ୍ରା…

Published By : Prameya | May 23, 2025 5:40 PM

କେନ୍ଦୁଝର୨୩/୫ : ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମ ବଳରେ ଅପରେସନ ସିନ୍ଦୁରର ସଫଳତା ପରେ ପ୍ରତ୍ୟକ ଭାରତୀୟ ଉତ୍ସାହିତ ଥିବା ବେଳେ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନାର ବିରତ୍ୱକୁ ସମ୍ମାନ ଜଣାଇ ଏହି ବିଶାଳ ତ୍ରିରଙ୍ଗା ପଦଯାତ୍ରା କରାଯଇଥିଲା। ଏହି ପଦଯାତ୍ରା କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା କେନ୍ଦୁଝର ସହରର କାଳୀ ପଡିଆ ଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ଛକ ବଜାର ପରିକ୍ରମା କରି ପୁନର୍ବାର କାଳୀ ପଡିଆରେ ସମାରୋପ ହୋଇଥିଲା। 

ତେଲକୋଇ ବିଧାୟକ ଡା ଫକୀର ମୋହନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ସଦର ବିଧାନସଭା ସଂଯୋଜକ ବିବେକାନନ୍ଦ ମହାନ୍ତ, ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାଏକ ତଥା ରାଜ୍ୟ ଏବଂ ଜିଲ୍ଲାର ପଦାଧିକାରୀ ଏବଂ ବରିଷ୍ଠ ନେତାଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା ତଥା ଅନ୍ୟ ସମସ୍ତ ମୋର୍ଚ୍ଚା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.