ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଆମେରିକା-ଇରାନର ଯୁଦ୍ଧ। ଏହା ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଖୁବ୍ ବୃଦ୍ଧି କରିଛି। ଆମେରିକା- ଇସ୍ରାଏଲ ମିଶି ଇରାନ ଉପରେ ଆକ୍ରମଣ କରୁଥିବା ବେଳେ, ଇରାନ ମଧ୍ୟ ମୁହଁତୋଡ଼ ଜବାବ ପୂର୍ବକ, ଉପସାଗରୀୟ ଦେଶ ଗୁଡ଼ିକୁ ଟାର୍ଗେଟ୍ କରିଛି ଏବଂ ଆମେରିକୀୟ ଘାଟି ଉପରେ ଘନ ଘନ ଆକ୍ରମଣ କରୁଛି। ଏହି ସମୟରେ, ବିଶ୍ୱର ଅନେକ ଦେଶ ଯୁଦ୍ଧକୁ ତୁରନ୍ତ ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ତୁର୍କୀ ମଧ୍ୟ ଏହି ବିବାଦରେ ସାମିଲ ହୋଇ ଯାଇଛି। ଏହାର ବୈଦେଶିକ ମନ୍ତ୍ରୀ ଇରାନ ସମେତ ଅନେକ ଦେଶର ନେତାଙ୍କୁ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହା ପରେ ପ୍ରଶ୍ନ ସୃଷ୍ଟି ହୋଇଛି , ଯୁଦ୍ଧ ଶେଷ ହେବା ନେଇ କୌଣସି କଥାବାର୍ତ୍ତା ଆଗେଇବ ନା ନାହିଁ ।
ରବିବାର ତୁର୍କୀର ଏତ କୂଟନୈତିକ ସୂତ୍ରରୁ ପ୍ରକାଶ ଯେ, ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ତାଙ୍କ ଇରାନୀ ଏବଂ ଇଜିପ୍ଟର ପ୍ରତିପକ୍ଷଙ୍କ ସହିତ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ କିପରି ହେବ ସେ ବିଷୟରେ ଆଲୋଚନା କରିଛନ୍ତି, ଏବଂ ଆମେରିକୀୟ ଅଧିକାରୀ ଏବଂ ୟୁରୋପୀୟ ସଂଘର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ସୂତ୍ର କହିଛି ଯେ ଫିଦାନ ଇରାନୀ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି, ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାତି, ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ କାଜା କାଲାସ ଏବଂ ଆମେରିକୀୟ ଅଧିକାରୀଙ୍କ ସହ ପୃଥକ ଭାବେ ଫୋନ୍ ମାଧ୍ୟମରେ କଥା କରିଛନ୍ତି। ହେଲେ ସେ ଏହି ବିଷୟରେ ଅଧିକ ସୂଚନା ପ୍ରଦାନ କରି ନାହାଁନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଇରାନକୁ ନେଇ ନେତନ୍ୟାହୁଙ୍କ ବିସ୍ଫୋରକ ଟିପ୍ପଣୀ : ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ ...
ଅନ୍ୟପଟେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରବିବାର କହିଛନ୍ତି, ଡିଏଗୋ ଗାର୍ସିଆଙ୍କ ଉପରେ ନିକଟରେ ଇରାନ ଦ୍ୱାରା କରାଯାଇ ଥିବା ମିସାଇଲ ଆକ୍ରମଣ ସ୍ପଷ୍ଟ ଦର୍ଶାଉଛି ଯେ ,ପାରସ୍ୟ ଉପସାଗରୀୟ ରାଷ୍ଟ୍ରର ୟୁରୋପ ଯାଏ ଆକ୍ରମଣ କରିବାର କ୍ଷମତା ଅଛି ଏବଂ ଏହା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି। ନେତନ୍ୟାହୁ ରବିବାର ଦକ୍ଷିଣ ଇସ୍ରାଏଲର ଆରାଦ ସହର ପରିଦର୍ଶନ କରିଥିଲେ, ଯେଉଁଠି ଶନିବାର ସନ୍ଧ୍ୟାରେ ଇରାନୀ କ୍ଷେପଣାସ୍ତ୍ର ମାଡ଼ କରିଥିଲା।
ଡିମୋନା ଉପରେ ଇରାନର ଆକ୍ରମଣରେ ୧୮୦ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ଥିଲେ। ଆକ୍ରମଣର ପ୍ରାରମ୍ଭିକ ଉଦ୍ଦେଶ୍ୟ ଥିଲା ଡିମୋନା ନିକଟସ୍ଥ ଶିମୋନ ପେରେସ ନେଗେଭ ନ୍ୟୁକ୍ଲିୟର ରିସର୍ଚ୍ଚ ସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରିବା।