ଝରିଗାଁ, ୩୦।୧: ଝରିଗାଁ ଚନ୍ଦାହାଣ୍ଡି ଘାଟିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭରଙ୍କ ସମେତ ୨ ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଚନ୍ଦାହାଣ୍ଡି ଘାଟିରେ ନଳକୂପ ଖନନ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ିରେ ଥିବା ୨ ଜଣ ଶ୍ରମିକ ସାମାନ୍ୟ ଆହତ ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ଆଉ ଏକ ନଳକୂପ ଖନନ ଟ୍ରକ୍ ଚନ୍ଦାହାଣ୍ଡି ଘଟିରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣା ପରେ ଗାଡ଼ି ଚାଳକଙ୍କ ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରାୟପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ।

ଆହୁରି ପଢ଼ନ୍ତୁ... ​​​​​​​ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଗୋରୁ ମୃତ, କ୍ଷତିପୂରଣ ଦାବି