ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବରଯାତ୍ରୀ କାର୍‌ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ୍‌, ବରକନ୍ୟାଙ୍କ ସମେତ ୫ ଆହତ

Published By : Harapriya Sethi | February 7, 2025 11:25 AM

ଭୁବନେଶ୍ବର,୦୭/୦୨: ସରିଥିଲା ବାହାଘର । କନ୍ୟାଘରୁ ବାହୁଡ଼ିଥିଲା ବର । ହେଲେ ଘରେ ପହଞ୍ଚି ପାରିଲାନି । ବାଟରେ ଘଟିଗଲା ଅଘଟଣ । ଖୁସିରେ ଲାଗିଗଲା ଗ୍ରହଣ । ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ୱର ଜାତୀୟ ରାଜପଥର କୁଲୁଣ୍ଡି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଟ୍ରକ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ, ପରିଚୟ ଅସ୍ପଷ୍ଟ

ସୂଚନା ମୁତାବକ, ଗୁରୁବାର ରାତିରେ ଦେବଗଡ଼ର ସୁମିତ ମୋଦିଙ୍କ ବିବାହ ସମ୍ୱଲପୁରେ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରରୁ ବିବାହ ସରିବା ପରେ ଦେବଗଡ଼କୁ ଫେରୁଥିଲେ ନବ ବରବଧୂ । ଶୁକ୍ରବାର ବରକନ୍ୟା ଦେବଗଡ ଫେରୁଥିବା ବେଳେ ୫୩ ନମ୍ୱର ଜାତୀୟ ରାଜପଥର କୁଲୁଣ୍ଡି ନିକଟରେ ଘଟିଲା ଦୁର୍ଘଟଣା । ବରଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌ । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ବରକନ୍ୟାଙ୍କ ସହ ଆଉ ୫ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ସମ୍ବଲପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି ଜମନକିରା ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.