ଭୁବନେଶ୍ୱର,୦୭/୦୨: ରାସ୍ତା ପାର ହେଉଥିବା ବେଳେ ଦ୍ରୁତ ଗତିରେ ମାଡ଼ି ଆସିଲା ଟ୍ରକ୍‌ । ଚାହୁଁଚାହୁଁ  ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍‌ । ଘଟଣା ସ୍ଥଳରେ ଆଖି ବୁଜିଦେଲେ ମହିଳା । ଦୁର୍ଘଟଣା ଘଟାଇ ଫେରାର ହେଲା ଡ୍ରାଇଭର । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ମଙ୍ଗୁଳି ଛକରେ ଏଭଳି ଘଟଣା ଘିଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମହିଳା ଜଣକ କଟକ ରାସ୍ତାରୁ ଚୌଦ୍ଵାର ରାସ୍ତା ଆଡ଼କୁ ଆସୁଥିବା ବେଳେ ଏହି ଘଟଣାଟି ଘଟିଛି । ଟ୍ରକ୍‌ଟି କଟକରୁ ଚୌଦ୍ୱାର ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିଛି । ଏହା ସହ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ ମେଡିକାଲ ପଠାଇଛି । ଟ୍ରକ୍‌ ଡ୍ରାଇଭରକୁ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ । 

ବରଯାତ୍ରୀ କାର୍‌ ସହ ମୁହାଁମୁହିଁ ଧକ୍କା ହେଲା ଟ୍ରକ୍‌, ବରକନ୍ୟାଙ୍କ ସମେତ ୫ ଆହତ