ସୁନ୍ଦରଗଡ଼, ୨୩/୦୬: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପଛରୁ ପିଟିଲା ଟ୍ରକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଭେଡାବାହାଲ ଗ୍ରାମର ଶୁଭମ ବାରିକ ଏବଂ ତ୍ରୀଲୋଚନ ସେଠ ।
ସୂଚନା ମୁତାବକ, ଭେଡାବାହାଲ ଗ୍ରାମର ୩ ଜଣ ଯୁବକ କୌଣସି କାମରେ ବାଇକ୍ ଯୋଗେ ବ୍ରାହ୍ମଣୀପାଲି ଗାଁକୁ ଯାଇଥିଲେ । ରାସ୍ତାରେ ଯିବା ବେଳେ ଏକ ଟ୍ରକ୍ ଉକ୍ତ ବାଇକ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ଯାଉଥିବା ୩ ଜଣ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଶୁଭମ ବାରିକ ଏବଂ ତ୍ରୀଲୋଚନ ସେଠଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।