ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଅନେକ ଦେଶ ଉପରେ ନୂତନ ଯାତ୍ରା କଟକଣା ଲଗାଇବାକୁ ଟ୍ରମ୍ପ ପ୍ରଶାସନର ପ୍ରସ୍ତୁତି, ଜାଣି ରଖନ୍ତୁ ସାମ୍ଭାବ୍ୟ ଦେଶ ଗୁଡ଼ିକର ତାଲିକା

Published By : Harapriya Biswal | March 16, 2025 8:16 PM

ନୂଆଦିଲ୍ଲୀ,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ କାର୍ଯ୍ୟକାଳରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ୪୧ ଟି ଦେଶ ଉପରେ ଯାତ୍ରା କଟକଣା ଲଗାଇବାକୁ ଯୋଜନା କରୁଛି, ଯାହା ଜାତୀୟ ସୁରକ୍ଷା ଏବଂ ଇମିଗ୍ରେସନ୍ ଉପରେ ନିୟନ୍ତ୍ରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ହୋଇପାରେ। ରିପୋର୍ଟ ଅନୁସାରେ, ଏକ ଇଣ୍ଟରନାଲ ମେମୋରେ ଏହି ୪୧ ଟି ଦେଶକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।

ପ୍ରଥମ ଶ୍ରେଣୀରେ ୧୧ଟି ଦେଶ ରହିଛି। ଏହି ଲିଷ୍ଟକୁ ରେଡ୍ ଲିଷ୍ଟକୁ କୁହାଯାଇଛି। ଏହି ଲିଙ୍ଗର ଦେଶ ଉପରେ ପୂର୍ଣ୍ଣ ଭିସା ନିଳମ୍ବନ ସୁପାରିଶ କରାଯାଇଛି। ସୂଚୀରେ ଅଫଗାନିସ୍ତାନ, ଭୁଟାନ, କ୍ୟୁବା, ଇରାନ, ଲିମ୍ବିୟା, ଉତ୍ତର କୋରିଆ, ସୋମାଲିଆ, ସୁଡାନ, ସିରିଆ, ଭେନେଜୁଏଲା ଓ ୟେମେନ ରହିଛି।

ଦ୍ୱିତୀୟ ବର୍ଗ, ଯାହାକୁ ଅରେଞ୍ଜ ଲିଷ୍ଟ କରାଯାଇଛି, ସେଥିରେ ବେଲାରୁଷ, ଏରିଟ୍ରିଆ, ହାଇତି, ଲାଓସ ଏବଂ ମିଆଁମାର ସମେତ ନଅଟି ଦେଶ ଅନ୍ତର୍ଭୁକ୍ତ। ଯେଉଁଠାରେ ପର୍ଯ୍ୟଟକ ଏବଂ ଛାତ୍ର ଭିସା ସମେତ କିଛି ପ୍ରବାସୀ ଭିସା ଉପରେ ଆଂଶିକ ପ୍ରତିବନ୍ଧକ ଲାଗୁ ହୋଇପାରେ।

ତୃତୀୟ ବର୍ଗରେ ଥିବା ୨୨ଟି ଦେଶ, ଯେଉଁଥିରେ ଆଙ୍ଗୋଲା, ଆଣ୍ଟିଗୁଆ ଏବଂ ବାରବୁଡା, ବେନିନ, ବୁର୍କିନା ଫାସୋ, କାମ୍ବୋଡିଆ, କାମେରୁନ, କେପ୍ ଭର୍ଡେ, ଚାଡ୍, କଙ୍ଗୋ, ଡୋମିନିକା, ଇକ୍ୱାଟୋରିଆଲ୍ ଗିନି, ଗାମ୍ବିଆ, ଲାଇବେରିଆ, ମାଲି, ମରିସସ୍, ମରିଟାନିଆ, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍, ସେଣ୍ଟ ଲୁସିଆ, ସାଓ ଟୋମ୍ ଆଣ୍ଡ ପ୍ରିନ୍ସିପେ, ଭାନୁଆଟୁ ଏବଂ ଜିମ୍ବାୱେ ଅନ୍ତର୍ଭୁକ୍ତ, ସେମାନଙ୍କୁ  ୬୦ ଦିନର ସମୟସୀମା ଦିଆଯିବ, ଯେପରି ସେମାନେ ନିଜର ଅଭାବକୁ ଦୂର କରିପାରିବେ । ଯଦି ଏହି ଦେଶଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସୁଧାର ନକରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଟ୍ରମ୍ପ ପ୍ରଶାସନର କହିବା ଅନୁସାରେ,  ଆତଙ୍କବାଦ ଏବଂ ଅବୈଧ ପ୍ରବାସୀ ରୋକିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.