ପ୍ରମୂଖ ଖବର
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଟ୍ରମ୍ପଙ୍କ ବଡ଼ ଦାବି, 'ମୁଁ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ରୋକିଥିଲି, ଇରାନର ପରମାଣୁ ଠିକଣାରେ ବୋମା ମାଡ଼ ପାଇଁ କରିଥିଲି ବଡ଼ ଅପରେସନ'

Published By : Swapna Ray | August 26, 2025 9:15 AM

ନୂଆଦିଲ୍ଲୀ, ୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ବଡ଼ ଦାବି କରିଛନ୍ତି । ସୋମବାର ହ୍ୱାଇଟ୍ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସେ ଏକ ବଡ଼ ବୟାନ ଦେଇଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନିଜ ବୟାନରେ ସେ କହିଥିଲେ ଯେ, ମୁଁ 'ତାନଶାହ' ନୁହେଁ ବରଂ ଜଣେ 'ଅତ୍ୟନ୍ତ ବୁଦ୍ଧିମାନ' ବ୍ୟକ୍ତି । ମୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧକୁ ରୋକିଛି ବୋଲି ଦାବି କରିଛନ୍ତି ଟ୍ରମ୍ପ । 

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସେ ଇରାନର ପରମାଣୁ ଠିକଣା ଉପରେ ବୋମା ପକାଇବା ପାଇଁ ପ୍ରସ୍ତୁତ କରିଥିବା ଅପରେସନରେ ସଫଳ ହୋଇଛନ୍ତି । ତାଙ୍କର ଏହି ବୟାନ ମାଧ୍ୟମରେ ସେ ତାଙ୍କ ନୀତି ଏବଂ ନିଷ୍ପତ୍ତିକୁ ଯଥାର୍ଥ କରିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ 'ସାଂଘାତିକ ସ୍ତର'ରେ ପହଞ୍ଚିଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଏକ ପରମାଣୁ ଯୁଦ୍ଧର ରୂପ ନେଇଥାନ୍ତା । ଏହି ସମୟରେ ୭ଟି ଜେଟ୍ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା ଏବଂ ଏହାକୁ ବନ୍ଦ କରିବା ଲାଗି ମୋ ପାଖରେ ମାତ୍ର କିଛି ଘଣ୍ଟାର ସମୟ ଥିଲା । ମୁଁ ଏହି ଯୁଦ୍ଧକୁ ବନ୍ଦ କରିଦେଇଥିଲି ।" ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, ଇରାନର ପରମାଣୁ ଠିକଣା ଉପରେ ବୋମା ମାଡ଼ ପାଇଁ ଏକ ଅପରେସନ ଜାରି ହୋଇଥିଲା । ଏହି ଅପରେସନରେ ୫୨ଟି ଟ୍ୟାଙ୍କର ଏବଂ ଏଫ୍‌-୨୨ ଏବଂ ବି-୨ ଭଳି ବୋମାବର୍ଷକ ବିମାନ ବ୍ୟବହାର କରାଯାଇଥିଲା ।  ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ସେ ଶୁଳ୍କ ମାଧ୍ୟମରେ ଏହି ଯୁଦ୍ଧ ବନ୍ଦ କରିଛନ୍ତି । ଶୁଳ୍କର ଶକ୍ତି କେହି ଜାଣି ନାହାଁନ୍ତି । ଏହି ନୀତି ଟ୍ରିଲିୟନ ଡଲାର ରାଜସ୍ୱ ସୃଷ୍ଟି କରୁଛି । 

ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହିତ ସମ୍ପର୍କ:

ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଟ୍ରମ୍ପ କହିଛନ୍ତି, " ଆମେରିକା ଏବେ ଆଉ ୟୁକ୍ରେନ ଉପରେ ଟଙ୍କା ଖର୍ଚ୍ଚ କରୁନାହିଁ । ଆମେ ୟୁକ୍ରେନ ନୁହେଁ, ନାଟୋ ସହିତ ଡିଲ୍ କରୁ । ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ ଏବଂ ଏ ସମ୍ପର୍କରେ ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ କଥା ହୋଇଛୁ । ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ମୋ ପାଇଁ ସବୁଠାରୁ ସହଜ କାମ ଥିଲା, କିନ୍ତୁ ଏହା ଏବେ ଜଟିଳ ହେବାରେ ଲାଗିଛି ।" 

ପରମାଣୁ ନିରସ୍ତ୍ରୀକରଣ ଓ ସୁରକ୍ଷା:

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ସେ ପରମାଣୁ ନିରସ୍ତ୍ରୀକରଣ ଚାହାଁନ୍ତି ଏବଂ ସେ ପରମାଣୁ କ୍ଷେପଣାସ୍ତ୍ର ବିଷୟରେ ପୁଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି ବିଷୟରେ ଟ୍ରମ୍ପ କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ ଏହାର ପ୍ରକ୍ରିୟା ବିଷୟରେ ଆଲୋଚନା କରିନାହିଁ, କିନ୍ତୁ ମୁଁ ଭାବୁଛି ଯେ ସେମାନେ ଏହା ଏହାର ସମାଧାନ ଖୋଜିପାଇବେ । ସେ କହିଛନ୍ତି ଯେ, ଆମେ ନାଟୋକୁ କ୍ଷେପଣାସ୍ତ୍ର ଦେଉଛୁ ଏବଂ ସେ ଏହି କ୍ଷେପଣାସ୍ତ୍ର ୟୁକ୍ରେନକୁ ଦିଅନ୍ତି । ଆମେ ଏବେ ୟୁକ୍ରେନ ଉପରେ ଆଉ ଟଙ୍କା ଖର୍ଚ୍ଚ କରୁନାହୁଁ, ବରଂ ରୋଜଗାର କରୁଛୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.