ନ୍ୟୁୟର୍କ : ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ସକାଳେ ଟାଇମ୍‌ ପତ୍ରିକା ଦ୍ୱାରା ୨୦୨୪ର ପର୍ସନ ଅଫ୍ ଦ ଇୟର ଭାବେ ନାମିତ ହୋଇଛନ୍ତି। ଏହାକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏହାସହ ନିଜର ୨ୟ କାର୍ଯ୍ୟକାଳରେ ଆମେରିକାର ଆର୍ଥିକ ବୃଦ୍ଧିର ସମ୍ଭାବନାକୁ ନେଇ କହିଛନ୍ତି। 

ଟ୍ରମ୍ପ କହିଛନ୍ତି , ଜାନୁୟାରୀରେ ପଦଭାର ଗ୍ରହଣ କରିବା ପରେ ସେ ନିଜ ପ୍ରଶାସନକୁ କେମିତି ପରିଚାଳିତ କରିବେ ଏବଂ ନିଜର ଶକ୍ତିର ବ୍ୟବହାର କେମିତି କରିବେ , ଏହା ବୁଝିବାରେ ଭୁଲ ଭଲ ଭାବେ ପ୍ରସ୍ତୁତ । ସେ କହିଛନ୍ତି , ଏବେ ଆମ ପାଖରେ ସେ ଅନୁଭବ ଅଛି , ଯାହା ଆମର ପାଖରେ ପୂର୍ବରୁ ନଥିଲା। 

ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରେ ଟାଇମ୍‌ର ସିଇଓ ଜେସିକା ସିବଲି ଓ ଅନ୍ୟ ଲୋକଙ୍କ ସହ ଉଦ୍‌ଘାଟନର ଘଣ୍ଟି ବଦାଇବା ପୂର୍ବରୁ  ଟ୍ରମ୍ପ କହିଛନ୍ତି , ଟାଇମ୍‌ ମାଗାଜିନ (ପତ୍ରିକା), ୨ୟ ଥର ଏହି ସମ୍ମାନ ପାଇ, ମୋର ଅନୁଭବ କି ଏହିଥର ମୋତେ ଏହା ଅଧିକ ପସନ୍ଦ ଆସିଛି। ୧୯୨୭ରୁ , ଟାଇମ୍‌  ଜଣେ ବ୍ୟକ୍ତିଙ୍କୁ ବର୍ଷର ବ୍ୟକ୍ତି ଘୋଷିତ କରିଛନ୍ତି , ଯାହା ସେହି ବ୍ୟକ୍ତିଙ୍କୁ ମାନ୍ୟତା ଦେଇଥାଏ , ଯିଏକି ଦୁନିଆ ଓ ଚର୍ଚ୍ଚାରେ ସବୁଠୁ ଅଧିକ ପ୍ରଭାବ ପକାଇଛନ୍ତି, ତାହା ପଛେ ଭଲ ହେଉ କି ଖରାପ । ଟ୍ରମ୍ପ ଏହା ପୂର୍ବରୁ ୨୦୧୬ରେ ବର୍ଷର ବ୍ୟକ୍ତି ଭାବେ ଚୟନ ହୋଇଥିଲେ , ଯେବେ ସେ ପ୍ରଥମ ଥର ରାଷ୍ଟ୍ରପତି ପଦ ଜିତି ଥିଲେ।