ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଆମେରିକାରେ ଲାଗୁ ହେବ ଇମିଗ୍ରେସନ ପିଲିସି, ପ୍ରଭାବିତ ହେବେ ପ୍ରବାସୀ ଭାରତୀୟ

Published By : Ankita S | November 12, 2024 12:47 PM

ନୂଆଦିଲ୍ଲୀ,୧୨/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆସନ୍ତାବର୍ଷ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେବେ । କାର୍ଯ୍ୟକାଳ ଆରମ୍ଭ ନେଇ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ । ଏହା ପୂର୍ବରୁ ସେ ନିଯୁକ୍ତି ଦେବା ଆରମ୍ଭ କରି ଦେଇଛନ୍ତି । ସରକାର ଚଳାଇବା ପାଇଁ ଟ୍ରମ୍ପଙ୍କ ନୀତି ଇମିଗ୍ରେସନ ଦିଗରେ ଇସାରା ଦେଉଛି । ଯାହାର ସିଧାସଳଖ ପ୍ରଭାବ ବେଆଇନ ଭାବେ ଆମେରିକାରେ ରହୁଥିବା ପ୍ରବାସୀଙ୍କ ଉପରେ ପଡିବ । ଏହି ନୀତିରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ପ୍ରଭାବିତ ହେବେ ।

ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ଏବଂ କଷ୍ଟମ ଏନଫୋର୍ସମେଣ୍ଟର ପୂର୍ବ ଚିଫ୍ ଟମ୍ ହାସନଙ୍କୁ 'ବର୍ଡର ଜାର' ଭାବେ ନିଯୁକ୍ତି ଦିଆଯାଇଛି । ବର୍ଡର ଏନଫୋର୍ସମେଣ୍ଟର ମୁଖ୍ୟ ସମର୍ଥକ ହୋମନ ସିନେଟ ଦକ୍ଷିଣ ଏବଂ ଉତ୍ତର ସୀମାରେ ସମୁଦ୍ର ଓ ଆକାଶମାର୍ଗ ଉପରେ ନଜର ରଖିବେ । ସେ ନିଯୁକ୍ତି ପାଇବା ପରେ ଆମେରିକାରେ ସବୁଠାରୁ ବଡ ନିର୍ବାସନ ଅଭିଯାନ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆମେରିକାରେ ଇମିଗ୍ରେସନ ନୀତି ଲାଗୁ ହେବା ପରେ ପ୍ରବାସୀ ଭାରତୀୟଙ୍କ ଚିନ୍ତା ବଢିଛି । କିଛି ଦିନ ପୂର୍ବରୁ ଆସିଥିବା ଏକ ରିପୋର୍ଟ ଅନୁସାରେ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ ସଂଖ୍ୟା ଅଧିକ । ବିଶେଷ କରି ପଞ୍ଜାବ ଓ ଗୁଜୁରାଟରୁ ଅଧିକ ସଂଖ୍ୟରେ ପ୍ରବାସୀ ସୀମା ଡେଇଁ ଆମେରିକାରେ ବେଆଇନ ଭାବେ ବସବାସ କରୁଛନ୍ତି । ମାନବ ତସ୍କରୀ ନେଇ ପ୍ରାୟ ୭୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରୁଛନ୍ତି । ଭାରତୀୟ ପ୍ରବାସୀଙ୍କୁ କାମ ଦେଉଥିବା କମ୍ପାନୀ ଉପରେ ଇମିଗ୍ରେସନ ନୀତି ପ୍ରଭାବ ପକାଇବା ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.