ନୂଆଦିଲ୍ଲୀ ୦୭/୦୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ କାର୍ଯ୍ୟାଳୟରେ ଖ୍ରୀଷ୍ଟ ପଦ୍ଧତିରେ ପୂଜା-ପାଠ କରିଛନ୍ତି । ଏହାର ଭିଡିଓ ଖୁବ୍ ଭାଇରାଲ ହେଉଛି । ଟ୍ରମ୍ପ୍‌ଙ୍କୁ ହ୍ୱାଇଟ୍ ହାଉସ୍‌ର ଓଭାଲ ଅଫିସ୍‌ରେ ପୂଜା କରୁଥିବା ପ୍ରଥମ ଥର ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଦେଶର ସୁରକ୍ଷା ପାଇଁ ଟ୍ରମ୍ପ୍ ଏହି ପୂଜା କରିଛନ୍ତି । ହ୍ୱାଇଟ୍ ହାଉସ୍‌ରେ ଟ୍ରମ୍ପ୍‌ଙ୍କ ସହାୟକ ଡାନ୍ ସ୍କାଭିନୋ ଭିଡିଓ ଶେୟାର କରି ଲେଖିଛନ୍ତି- ଗଡ୍ ବ୍ଲେସ୍ ଦ ଆମେରିକା ।

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ୍ ପୂଜା-ପ୍ରାର୍ଥନା ଲାଗି ଓଭାଲ ଅଫିସ୍‌କୁ ଆମେରିକାର ସମସ୍ତ ପାଦ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ । ଏହା ପରେ ସେ ନିଜେ ଓଭାଲ ଅଫିସ୍‌ରେ ନିଜ ସିଟ୍‌ରେ ବସିଲେ । ତା’ପରେ ପ୍ରାର୍ଥନା ପ୍ରକ୍ରିୟା ଆରମ୍ଭ ହେଲା । ଟ୍ରମ୍ପ୍‌ଙ୍କ ପ୍ରାର୍ଥନା ସମୟରେ ଜଣେ ପାଦ୍ରୀ କହିଲେ ମୁଁ ପ୍ରାର୍ଥନା କରୁଛି, ଆପଣ ତାଙ୍କୁ କୃପା କରନ୍ତୁ ଓ ସୁରକ୍ଷା ଦିଅନ୍ତୁ । ମୁଁ ପ୍ରାର୍ଥନା କରୁଛି, ଆପଣ ଆମ ସୈନ୍ୟ ଏବଂ ଆମ ସଶସ୍ତ୍ର ବାହିନୀରେ ସେବାରତ ସମସ୍ତ ପୁରୁଷ ଓ ମହିଳାଙ୍କ ଉପରେ କୃପା କରନ୍ତୁ ଓ ସେମାନଙ୍କର ସୁରକ୍ଷା କରନ୍ତୁ । ହେ ଈଶ୍ୱର! ଆମେ ପ୍ରାର୍ଥନା କରୁଛୁ ଯେ ଆପଣ ଆମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରର ନେତୃତ୍ୱ ନିମନ୍ତେ ଆବଶ୍ୟକ ଶକ୍ତି ପ୍ରଦାନ କରୁଥାନ୍ତୁ ।

ଆହୁରି ପଢ଼ନ୍ତୁ...‘ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରୁ, ଏହାହିଁ ସେମାନଙ୍କ ପାଇଁ ସର୍ବୋତ୍ତମ ସ୍ବାର୍ଥ’...ପୁଣି ଧମକପୂର୍ଣ୍ଣ ବାର୍ତ୍ତା ଦେଲେ ଟ୍ରମ୍ପ…

୨୦୨୧ରେ ଆମେରିକା ଆଫଗାନିସ୍ତାନରୁ ନିଜ ସେନାକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ ଆମେରିକା କେଉଁଠି ବି ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇନଥିଲା । ଚଳିତ ବର୍ଷ ଇରାନ ବିରୋଧରେ ଏହା ଯୁଦ୍ଧଭୂମିକୁ ଓହ୍ଲାଇଛି । ଏଥିରେ ଆମେରିକାର ଅଦ୍ୟାବଧି ଔପଚାରିକ ରୂପେ ୬ ସୈନ୍ୟ ପ୍ରାଣ ହରାଇଛନ୍ତି । ଆକ୍ସିଅସ୍‌ର ସର୍ଭେ ଅନୁସାରେ, ୫୦ ପ୍ରତିଶତରୁ ଅଧିକ ଆମେରିକୀୟ ଏହି ଯୁଦ୍ଧକୁ ବିରୋଧ କରୁଛନ୍ତି । ଅନ୍ୟପକ୍ଷେ, ଟ୍ରମ୍ପ୍‌ଙ୍କ ଉପରେ ମଧ୍ୟପ୍ରାଚ୍ୟର ମୁସଲିମ ଦେଶମାନଙ୍କର ଚାପ ବି ରହିଛି । ରିପୋର୍ଟ ଅନୁସାରେ, ୨ ଉପସାଗରୀୟ ଦେଶ ଟ୍ରମ୍ପ୍‌ଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ।