ପ୍ରମୂଖ ଖବର
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଅଲାସ୍କା ବୈଠକ ପୂର୍ବରୁ ପୁଟିନ୍‌ଙ୍କୁ ଧମକାଇଲେ ଟ୍ରମ୍ପ୍‌, କହିଲେ ଯୁଦ୍ଧ ବନ୍ଦ ନ କଲେ ମସ୍କୋକୁ ସାଙ୍ଘାତିକ ପରିଣତି ଭୋଗିବାକୁ ପଡ଼ିବ

Published By : Manoj | August 14, 2025 10:40 AM

ୱାଶିଂଟନ,୧୪/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୧୫  ତାରିଖରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କୁ ଅଲାସ୍କାରେ ଭେଟିବାକୁ  ଯାଉଛନ୍ତି । ଦୁଇ ନେତା ମୁଖ୍ୟତଃ ୟୁକ୍ରେନ୍‌  ଯୁଦ୍ଧ ପ୍ରସଙ୍ଗରେ ଚର୍ଚ୍ଚା କରିବା ନେଇ  କୁହାଯାଉଛି । ତେବେ ତାହା ପୂର୍ବରୁ ଟ୍ରମ୍ପ୍‌ ବୁଧବାର ପୁଟିନ୍‌ଙ୍କୁ ଧମକ ଦେଇଛନ୍ତି ।  

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଅଲାସ୍କା  ବୈଠକରେ ଯଦି ସେ ପୁଟିନ୍‌ଙ୍କଠାରୁ  କୌଣସି ଠୋସ୍‌ ଜବାବ ନ ପାଆନ୍ତି,  ତେବେ ମସ୍କୋକୁ ସାଙ୍ଘାତିକ ପରିଣତି  ଭୋଗିବାକୁ ପଡ଼ିବ । ୱାଶିଂଟନର କେନେଡି  ସେଣ୍ଟରରେ ସାମ୍ବାଦିକଙ୍କୁ ସୂଚନା ଦେଇ  ଟ୍ରମ୍ପ୍‌ କହିଛନ୍ତି, ଅଲାସ୍କା ସମିଟ୍‌ ପରେ ପୁଟିନ୍‌ ଓ ଜେଲେନ୍‌ସ୍କି (ୟୁକ୍ରେନ୍‌  ରାଷ୍ଟ୍ରପତି)ଙ୍କ ସହ ମୁଁ ତୁରନ୍ତ ଦ୍ୱିତୀୟ ବୈଠକ କରିବାକୁ ଚାହିଁବି । ଅଲାସ୍କା  ବୈଠକରେ କିଛି ନିର୍ଯାସ ବାହାରିବା ନେଇ ଆଶା କରୁଛି । 

ଅନ୍ୟପକ୍ଷରେ ପୁଟିନ୍‌-ଟ୍ରମ୍ପ୍‌ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ  ଜେଲେନ୍‌ସ୍କି କହିଛନ୍ତି, ଆମେ ରୁଷ୍‌କୁ ଇଞ୍ଚେ ବି ଜମି ଛାଡ଼ିବୁ ନାହିଁ । କାରଣ ଜମି ନେବା ପରେ ମଧ୍ୟ ରୁଷ୍‌ ଭବିଷ୍ୟତରେ ପୁଣି ଆକ୍ରମଣ କରିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.