ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

Trump: ଭାରତୀୟ ମୂଳ ଡେମୋକ୍ରାଟ ପ୍ରତିନିଧିଙ୍କୁ ଟ୍ରମ୍ପଙ୍କ କଟାକ୍ଷ; ଅଭିଯୋଗ ପାଇଁ କହିଲେ "ପାଗଳ" ଓ "ମୂର୍ଖ"

Published By : Bijay Swain | April 30, 2025 9:24 PM

Image courtesy: timesnow

ନୂଆଦିଲ୍ଲୀ: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ମୂଳ ଡେମୋକ୍ରାଟ କଂଗ୍ରେସମ୍ୟାନ ଶ୍ରୀ ଥାନେଦାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମିଚିଗାନର ପ୍ରତିନିଧି ଥାନେଦାର ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ (ଇମ୍ପିଚମେଣ୍ଟ) ଆରମ୍ଭ କରିଥିବାରୁ ଟ୍ରମ୍ପ ତାଙ୍କୁ "ପାଗଳ" ଓ "ମୂର୍ଖ" ବୋଲି କହି କଟାକ୍ଷ କରିଛନ୍ତି। ମିଚିଗାନର ସେଲଫ୍ରିଜ ଓ ମାକୋମ୍ବ କାଉଣ୍ଟି କମ୍ୟୁନିଟି କଲେଜରେ ଏକ ରାଲିରେ ଟ୍ରମ୍ପ କହିଛନ୍ତି ଯେ, "ଆଉ ଜଣେ ବ୍ୟକ୍ତି, ଯାହାଙ୍କୁ ମୁଁ କେବେ ଜାଣି ନାହିଁ, ସେ କହୁଛନ୍ତି ମୋ ବିରୁଦ୍ଧରେ ଅଭିଯୋଗ କରିବେ। ସେ ନିହାତି ଜଣେ କଂଗ୍ରେସମ୍ୟାନ ହୋଇଥିବେ?"

ଆପଣଙ୍କୁ ଜଣାଇ ରଖୁ ଯେ, ଥାନେଦାର ସୋମବାର ଟ୍ରମ୍ପଙ୍କ ବିରୋଧରେ ସାତଟି ଅଭିଯୋଗ ଦାଖଲ କରିଥିଲେ। ଯେଉଁଥିରେ ବେଆଇନ ନିର୍ବାସନ, କୋର୍ଟ ନିର୍ଦ୍ଦେଶ ଅମାନ୍ୟ କରିବା ଏବଂ ଦେଶକୁ କ୍ଷତି ପହଞ୍ଚାଇଲା ଭଳି ଶୁଳ୍କ ଲାଗୁ କରିବା ଆଦି ଅଭିଯୋଗ ସାମିଲ ରହିଛି। ଯେତେବେଳେ ଟ୍ରମ୍ପଙ୍କ ନାଁରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରି ଜଣେ ବ୍ୟକ୍ତିଙ୍କୁ ନିର୍ବାସିତ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ମଧ୍ୟ ଥାନେଦାର ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ପାଇଁ ସମର୍ଥନ ଜଣାଇଥିଲେ।

ଟ୍ରମ୍ପ ମିଚିଗାନରେ ନିଜର ପ୍ରଥମ ୧୦୦ ଦିନ ପାଳନ ଉପଲକ୍ଷେ ରାଲି କରୁଥିବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି। ସେ ଡେମୋକ୍ରାଟିକ ପାର୍ଟିର ନେତୃତ୍ୱକୁ ମଧ୍ୟ କଡା ସମାଲୋଚନା କରି କହିଛନ୍ତି, "ଏମାନେ ପୁରାପୁରି ପାଗଳ ହୋଇଯାଇଛନ୍ତି। ସେମାନେ ଆତ୍ମବିଶ୍ୱାସ ହରାଇଛନ୍ତି ଏବଂ ଏପରି ମୂର୍ଖ ଲୋକଙ୍କୁ ମଧ୍ୟ ନିୟନ୍ତ୍ରଣ କରି ପାରୁନାହାନ୍ତି।"

ଥାନେଦାରଙ୍କ ଅଭିଯୋଗ ପ୍ରସ୍ତାବ ରିପବ୍ଲିକାନ ନିୟନ୍ତ୍ରିତ କଂଗ୍ରେସରେ ସଫଳ ହେବାର ସମ୍ଭାବନା କମ ଥିବା ବେଳେ, ଏହା ଡେମୋକ୍ରାଟମାନଙ୍କ ମଧ୍ୟରେ ଅସନ୍ତୋଷର ସୂଚନା ଦେଉଛି। ଥାନେଦାର ୧୯୭୯ ମସିହାରେ ଆମେରିକାକୁ ଆସି ୧୯୮୮ରେ ଆମେରିକାର ନାଗରିକତ୍ୱ ନେଇଥିଲେ। ସେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ବେଳେ ସେ ରାସାୟନିକ ପରୀକ୍ଷଣ ଶିଳ୍ପରେ ସଫଳ ବ୍ୟବସାୟୀ ଭାବେ ଆମେରିକାରେ ନିଜ ବ୍ୟବସାୟ ଜାରି ରଖିଛନ୍ତି।

ଥାନେଦାରଙ୍କ ଅଭିଯୋଗ ପରେ ସୋସିଆଲ ମିଡିଆରେ ତାଙ୍କୁ ଜାତିଗତ ଓ ବ୍ୟକ୍ତିଗତ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି। କେତେକ ଟ୍ରମ୍ପ ସମର୍ଥକ ତାଙ୍କୁ ଭାରତୀୟ ମୂଳ ଓ ଚେହେରାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଯେପରିକି "ତୁମେ ଇଂରାଜୀ କହି ପାରୁନ", "ତୁମକୁ ନିର୍ବାସିତ କରାଯାଉ" ଇତ୍ୟାଦି। ଏପରି ଆକ୍ରମଣ ସତ୍ତ୍ୱେ ଥାନେଦାର ନିଜର ମତ୍ତରେ ଅଟଳ ରହି କହିଛନ୍ତି ଯେ, "ଏହା ଗଣତନ୍ତ୍ର ରକ୍ଷା ଓ ଆଇନର ଶାସନ ପାଇଁ।" ମୁଁ ମୋ ଶେଷ ନିଶ୍ୱାସ ଯାଏଁ ଏହାର ସମର୍ଥନ କରିବି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.