ନୂଆଦିଲ୍ଲୀ: ଜାପାନ ପରେ କାନାଡ଼ା ଉପରେ ରାଗ ଗରଗର ଟ୍ରମ୍ପ । କାନାଡ଼ା ଉପରେ ଟାରିଫ୍ ବମ୍ ପକାଇଲା ଆମେରିକା । ୩୫ ପ୍ରତିଶତ ଅତିରିକ୍ତ ଟ୍ୟାକ୍ସ ଲାଗୁ କରିବାକୁ ଘୋଷଣା । ଏହି ଶୁଳ୍କ ଅଗଷ୍ଟ ପହିଲାରୁ ଆମେରିକା ଆସୁଥିବା କାନାଡ଼ାର ସମସ୍ତ ଉତ୍ପାଦ ଉପରେ ଲାଗୁ ହେବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ପାଲଟା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି କାନାଡ଼ାର କାର୍ନି ସରକାର ।  

ଡୋନାଲ୍ଡ ଟ୍ରମ୍ପ ସରକାରୀ ଚିଠିରେ ସ୍ପଷ୍ଟ କରି କହିଛନ୍ତି, କାନାଡ଼ା ସରକାର ଆମେରିକାରେ ପେଣ୍ଟାନିଲ୍ ଭଳି ବିପଦଜନକ ଡ୍ରଗ୍ସ ସପ୍ଲାଏ ରୋକିବାରେ ବିଫଳ ହୋଇଛନ୍ତି । ଏହା ଆମେରିକା ଜନସାଧାରଣଙ୍କ ପାଇଁ ଗମ୍ଭୀର ସମସ୍ୟା । ଏବେ ସମୟ ଆସିଛି ଆମେରିକା ସରକାର ଦେଶ ସୁରକ୍ଷା ଏବଂ ଅର୍ଥବ୍ୟବସ୍ଥାକୁ ପ୍ରଥମ ପ୍ରାଥମିକତା ଦେବେ । ଏହାଛଡ଼ା ଡୋନାଲ୍ଡ ଟ୍ରମ୍ପ ଚିଠିରେ ଲେଖିଛନ୍ତି, ଆମେରିକା ବିପଦଜନକ ପେଣ୍ଟାନିଲକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ମଧ୍ୟ ଟାରିଫ୍ ଲଗାଇଥିଲା । ହେଲେ ଏହାରୁ ରୋକିବାରେ କାନାଡ଼ା ଆଶିଂକ ଭାବେ ବିଫଳ ହେବା ପରେ ଅତିରିକ୍ତ ଟାରିଫକୁ ଆହୁରି ବୃଦ୍ଧି କରାଯାଇଛି । 

ଏହାଛଡ଼ା ହ୍ବାଇଟ୍ ହାଉସ ଚେତାବନୀ ଦେଇ କହିଛି, ଯଦି କୌଣସି କାନାଡ଼ିୟ କମ୍ପାନି ନିଜ ସାମଗ୍ରୀକୁ ତୃତୀୟ ଦେଶ ମାଧ୍ୟମରେ ଆମେରିକା ଦାଖଲ କରାଯାଉଛନ୍ତି, ତେବେ ସେସବୁ ଉପରେ ମଧ୍ୟ ଅତିରିକ୍ତ ଟାରିଫ ଲାଗୁ ହେବ । ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି, କାନାଡା ସରକାର ଯଦି ଆମେରିକା ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରନ୍ତି, ତେବେ ହ୍ବାଇଟ୍ ହାଉସ୍ ବରାବର ଟ୍ୟାକ୍ସ ଲାଗୁ କରି ଉଚିତ୍ ଜବାବ ଦେବ ।  କାନାଡା ଯେତେ ପ୍ରତିଶତ ଟାରିଫ୍ ଲାଗୁ କରିବ, ୩୫ ପ୍ରତିଶତ ଟାରିଫରେ ଆମେରିକା ସେତିକି ଅତିରିକ୍ତ ଶୁଳ୍କ ଯୋଡ଼ିବ । କାନାଡ଼ାର ସରକାର ଡାଏରୀ ନୀତି ଟାର୍ଗେଟ୍ କରି ଟ୍ରମ୍ପ କହିଛନ୍ତି, କାନାଡ଼ା ସରକାର ଆମେରାକୀୟ ଦୁଗ୍ଧ ଚାଷୀଙ୍କ ଉପରେ ୪ଶହ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲଗାଉଛନ୍ତି  । ଏଥିରେ ଆମେରିକୀୟ ଚାଷୀଙ୍କର ବିଶେଷ କ୍ଷତି ହେଉଛି ।  ଏହା ଏବେ ରାଷ୍ଟ୍ରାଇ ସୁରକ୍ଷା ମୁଦ୍ଦା ହୋଇସାରିଛି ଟ୍ରମ୍ପ କହିଛନ୍ତି ।....